ଭୁବନେଶ୍ୱର: ବିଧାନସଭାର ବଜେଟ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ରାଜ୍ୟପାଳ ଗଣେଶୀ ଲାଲ ଅଭିଭାଷଣ ପ୍ରଦାନ କରି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଏବଂ କାର୍ୟ୍ୟକ୍ରମ ସଂପର୍କରେ ସୂଚନା ଦେଇଛନ୍ତି। ତେବେ ଅଭିଭାଷଣ ପୂର୍ବରୁ ଗୃହରେ ସହିଦ ସିଡିଏସ୍ ବିପିନ ରାୱତଙ୍କ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।ଏହି ଅଧିବେଶନ ଏହା ୩୧ ତାରିଖ ପର୍ୟ୍ୟନ୍ତ ଚାଲିବ । ଅଧିବେଶନରେ ମୋଟ ୬ଟି କାର୍ୟ୍ୟଦିବସ ରହିଛି । ୩୦ତାରିଖରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ ହେବ । ମାଚ୍ଚର୍୍ ୩୧ ତାରିଖରେ ଭୋଟ ଅନ୍ ଆକାଉଣ୍ଟ ସଂକ୍ରାନ୍ତୀୟ ବ୍ୟୟମଂଜୁରି ବିଲ୍ ପାରିତ ହେବ ।
ବିଧାନସଭା ଅଧିବେଶନର ପ୍ରଥମ ଦିନ ଅର୍ଥାତ ଆଜି ପୂର୍ବାହ୍ନ ୧୧ଟାରେ ରାଜ୍ୟପାଳ ପ୍ରଫେସର ତାଙ୍କ ଅଭିଭାଷଣ ରଖିବେ । ତାହାପରେ ବିଧାନସଭାର ସଦସ୍ୟ ତଥା ପୂର୍ବତନ ବାଚସ୍ପତି କିଶୋର ମହାନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ସହ ୯ଜଣ ପୂର୍ବତନ ବିଧାୟକ ଓ କୋଭିଡ୍ ଯୋଦ୍ଧାଙ୍କ ପାଇଁ ପ୍ରସ୍ତାବ ଆଗତ ହେବ । ଗୃହ ମୁଲତବୀ ରହି ପୁଣି ୪ଟାରେ ଆରମ୍ଭ ହେବ । ୨୫, ୨୬ ଓ ୨୮ ତାରିଖ ତିନି ଦିନ ଧରି ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଲୋଚନା ହେବ । ସଂପୂର୍ଣ୍ଣ କୋଭିଡ୍ କଟକଣାରେ ଗୃହକାର୍ୟ୍ୟ ହେବ । ପ୍ରତ୍ୟେକ ଦିନ ଗୃହକାର୍ୟ୍ୟ ଦିନ ୧୦ଟା୩୦ରୁ ୧.୩୦ ଏବଂ ପରବର୍ତ୍ତୀ ପର୍ୟ୍ୟାୟ ୪ରୁ ୬ଟା ଏପରି ଦୁଇଟି ପର୍ୟ୍ୟାୟରେ ୫ଘଣ୍ଟା ଚାଲିବ ।
Powered by Froala Editor
