ବିଧାନସଭାରେ ପହଞ୍ଚିଲେ ନବୀନ

ବିଧାନସଭାରେ ପହଞ୍ଚିଲେ ନବୀନ

ରାଜ୍ୟ ଖବର

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ରାଜ୍ୟ ବଜେଟ ଅଧିବେଶନ। ୩୧ ତାରିଖ ପର୍ୟ୍ୟନ୍ତ ଚାଲିବକୁ ଥିବା ଏହି ଅଧିବେଶନରେ ମୋଟ ୬ଟି କାର୍ୟ୍ୟଦିବସ ରହିଛି। ୩୦ତାରିଖରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ ହେବ। ମାଚ୍ଚର୍୍ ୩୧ ତାରିଖରେ ଭୋଟ ଅନ୍ ଆକାଉଣ୍ଟ ସଂକ୍ରାନ୍ତୀୟ ବ୍ୟୟମଂଜୁରି ବିଲ୍ ପାରିତ ହେବ । 

ପୂର୍ବାହ୍ନ ୧୧ଟାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କ ଅଭିଭାଷଣ ରଖିଛନ୍ତି।  ତାହାପରେ ବିଧାନସଭାର ସଦସ୍ୟ ତଥା ପୂର୍ବତନ ବାଚସ୍ପତି କିଶୋର ମହାନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ସହ ୯ଜଣ ପୂର୍ବତନ ବିଧାୟକ ଓ କୋଭିଡ୍ ଯୋଦ୍ଧାଙ୍କ ପାଇଁ ପ୍ରସ୍ତାବ ଆଗତ ହେବ । ଗୃହ ମୁଲତବୀ ରହି ପୁଣି ୪ଟାରେ ଆରମ୍ଭ ହେବ । ୨୫, ୨୬ ଓ ୨୮ ତାରିଖ ତିନି ଦିନ ଧରି ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଲୋଚନା ହେବ । ସଂପୂର୍ଣ୍ଣ କୋଭିଡ୍ କଟକଣାରେ ଗୃହକାର୍ୟ୍ୟ ହେବ ।

ତେବେ ଦୀର୍ଘଦିନ ପରେ ବିଧାନସଭାରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ଯୋଗୁଁ ଦୀର୍ଘ ଦିନ ହେଲା ମୁଖ୍ୟମନ୍ତ୍ରୀ ବିଧାନସଭା ଆସୁନଥିଲେ । କୋଭିଡ୍ ପରଠୁଁ ଭର୍ଚୁଆଲ ମୋଡରେ ଉପସ୍ଥିତ ରହୁଥିଲେ ନବୀନ । ତେବେ କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣରେ ଥିବାରୁ ପ୍ରାୟ ଦୁଇବର୍ଷ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ଆସି  ଅଧିବେଶନରେ ଯୋଗ ଦେଇଛନ୍ତି ।  


Powered by Froala Editor