ତାତିରୁ ମିଳିବ ତ୍ରାହି, ହୋଇପାରେ ବର୍ଷା

ତାତିରୁ ମିଳିବ ତ୍ରାହି, ହୋଇପାରେ ବର୍ଷା

ରାଜ୍ୟ ଖବର

ଭୁବନେଶ୍ୱର: ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହେଉଛି। ରାଜ୍ୟର ୧୨ ସହରର ତାପମାତ୍ରା ୩୯ଡିଗ୍ରିଠୁ ଅଧିକ ରହିଛି । ଟିଟଲାଗଡ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ ହୋଇଛି । ଏଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୧ଡିଗ୍ରୀ ପାର୍ କରିଛି । ଏହାପଛକୁ ବଲାଙ୍ଗୀର ୪୧.୩ଡିଗ୍ରୀ ତାପମାତ୍ର ରହିଛି । ସମ୍ବଲପୁର ଓ ବୌଦ୍ଧରେ ଦିନ ତାପମାତ୍ରା ୪୦ଡିଗ୍ରୀ ରେକର୍ଡ ହୋଇଛି । 


ଏହାରି ଭିତରେ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ନେଇ ସୂଚନା ଦେଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର   । ମହାରାଷ୍ଟ୍ର ମଧ୍ୟ ଭାଗରୁ ସଂଲଗ୍ନ ଅଞ୍ଚଳ ପର୍ୟ୍ୟନ୍ତ ଏକ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି  । ଏହା ଫଳରେ ସମୁଦ୍ର ଆଡୁ ଜଳୀୟ ବାଷ୍ପ ପୂର୍ଣ୍ଣ ବାୟୁ ରାଜ୍ୟକୁ ପ୍ରବେଶ କରୁଛି  । ତେଣୁ ଉତ୍ତାପ ଓ ଜଳବାୟୁ ମିଶି କିଛି ସ୍ଥାନରେ ଘଡଘଡି ବର୍ଷା କରାଇବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ସ୍ପଷ୍ଟ କରିଛି  ।


ଫଳରେ ତାତିରୁ ସାମାନ୍ୟ ତ୍ରାହି ମିଳିବ  । ଅନ୍ୟ ସବୁ ସ୍ଥାନରେ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ତାପମାତ୍ରା ଅପରିବର୍ତ୍ତିତ ରହିବ  । ଏହାପରେ ବିଶେଷ କରି ଆଭ୍ୟନ୍ତରୀଣ ଓଡିଶାରେ ସ୍ୱାଭାବିକଠାରୁ ତାପମାତ୍ରା ୨ରୁ ୩ ଡିଗ୍ରୀ ଅଧିକ ରହିବା ନେଇ ଆକଳନ କରିଛି କେନ୍ଦ୍ର  । ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱରରେ .୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି  ।

ଆଜି ମୟୂରଭଞ୍ଜ, ବାଲଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, କୋରାପୁଟ, ରାୟଗଡା, ଗଞ୍ଜାମ, ଗଜପତି ଓ କନ୍ଧମାଳର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି  ।

Powered by Froala Editor