କ୍ୟାମେରା ମ୍ୟାନ୍‌ ମାନସ ହତ୍ୟା ଘଟଣା, କ୍ରାଇମ୍‌ବ୍ରାଞ୍ଚର ଜୋରଦାର ଖୋଳତାଡ଼

କ୍ୟାମେରା ମ୍ୟାନ୍‌ ମାନସ ହତ୍ୟା ଘଟଣା, କ୍ରାଇମ୍‌ବ୍ରାଞ୍ଚର ଜୋରଦାର ଖୋଳତାଡ଼

ରାଜ୍ୟ ଖବର

ଭୁବନେଶ୍ୱର : ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତନାଘନା ଜାରି ରହିଛି । ଏଥିପାଇଁ ଗତକାଲି କ୍ରାଇମବ୍ରାଞ୍ଚର ୫ଜଣିଆ ଟିମ୍ ଚାନ୍ଦବାଲି ଥାନାରେ ପହଞ୍ଚିଥିଲେ । ତଦନ୍ତ ଅଧିକାରୀ ଡିଏସପି କଳ୍ପନା ସାହୁଙ୍କ ନେତୃତ୍ୱରେ  ଭଦ୍ରକ ଏସପି ଅଫିସରେ କ୍ରାଇମବ୍ରାଞ୍ଚର ଏକ ଟିମ୍ ପହଞ୍ଚି ମାମଲା ଓ ତଦନ୍ତ ଅଗ୍ରଗତି ସଂପର୍କରେ ଏସପିଙ୍କ ସହ ଆଲୋଚନା କରିଥିଲେ ।  ।

ମାନସଙ୍କୁ ଅପହରଣ କରାଯାଇଥିବା ଘଟଣାସ୍ଥଳରେ ଖୋଳତାଡ କରାଯାଉଛି । ଡିଏସପି କଳ୍ପନା ସାହୁଙ୍କ ନେତୃତ୍ୱରେ ଟିମ୍ ଜୋରଦାର ଖୋଳତାଡ ଜାରି ରଖିଛି । ଚାନ୍ଦବାଲି ଥାନରେ ଦୁଇ ଜଣଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା ଜାରି ରଖିଛି । ଦେବାଶିଷ ଜେନା ଓ ଶରତ ପଣ୍ଡାଙ୍କୁ ଜେରା କରାଯିବା ସହ ଏହି ମାମଲାରେ ଜଡିତ ସମସ୍ତ କାଗଜପତ୍ର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହୋଇଥଲା ।

ଅନ୍ୟପଟେ ରାଜ୍ୟ ବାହାରକୁ କ୍ରାଇମବ୍ରାଞ୍ଚର ଆଉ ଗୋଟିଏ ଟିମ୍ ମଧ୍ୟ ଯାଇଛି । ଶର୍ମିଷ୍ଠା ଲୁଚିଥିବା ସନ୍ଦିଗ୍ଧ ସ୍ଥାନରେ ଏହି କ୍ରାଇମବ୍ରାଞ୍ଚ ଟିମ୍ ଖୋଜିବ । ସୂଚନା ଅନୁସାରେ ଏହି  ଅପହରଣ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସାମ୍ବାଦିକା ଶର୍ମିଷ୍ଠା ରାଉତ ଆଗୁଆ ଜାମିନ ଆବେଦନ କରିଥିଲେ ।  ଓଡ଼ିଶା ହାଇକୋର୍ଟ ଶର୍ମିଷ୍ଠାଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି । ମାନସ ହତ୍ୟା ଘଟଣା ପରଠୁ ପୁଲିସ  ଶର୍ମିଷ୍ଠାଙ୍କୁ ଖୋଜୁଥିବା ବେଳେ ତାଙ୍କର ପତ୍ତା ପାଇ ପାରୁନାହିଁ ।   ଗତକାଲି ଶର୍ମିଷ୍ଠାଙ୍କ ଶାଶୁଙ୍କ କହିବା ଅନୁସାରେ ଶର୍ମିଷ୍ଠା ଦୁଇ ଦିନ ତାଙ୍କ ଶାଶୁଘରେ ଥିଲେ ।

ସୂଚନା ଅନୁସାରେ ଫେବ୍ରୁଆରୀ ୬ ତାରିଖରେ ମାନସ ବାହାଘର ଭିଡିଓ ଶୁଟିଂ କରିବାକୁ ଯାଇଥିଲେ । ତା’ପର ଦିନ ଅର୍ଥାତ ୭ ତାରିଖ ସକାଳେ ଭୁବନେଶ୍ୱର ଫେରୁଥିବା ବେଳେ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀମାନେ ମାଡ ମାରି ମାନସଙ୍କୁ ଅପହରଣ କରିନେଇଥିଲେ । ତାଙ୍କୁ ଭୁବନେଶ୍ୱର ଦୟାଲ୍ ଆଶ୍ରମ ଆଣି ପ୍ରବଳ ମାଡ ମାରିଥିଲେ । ମାଡ ମାରୁ ମାରୁ ସେଠାରେ ମାନସଙ୍କ ମୃତୁ୍ୟ ଘଟିଥିଲା । ତା’ପରେ ମାନସଙ୍କ ମୃତଦେହକୁ ନୟାଗଡ଼ ଜିଲ୍ଲା ରାଜସୁନାଖଳା ନିକଟସ୍ଥ ବଧିପାଟଣା ପାହାଡ଼ ତଳେ ପୋତି ଦେଇଥିଲେ ।

Powered by Froala Editor