ପୌର ଭୋଟ୍‌ ଗଣତି ଜାରି, ବିଜେଡି ଆଗୁଆ

ପୌର ଭୋଟ୍‌ ଗଣତି ଜାରି, ବିଜେଡି ଆଗୁଆ

ରାଜ୍ୟ ଖବର

ଭୁବନେଶ୍ୱର : ପୌର ଭୋଟ ଗଣତି ଜାରି ରହିଛି। ପୌରାଧ୍ୟକ୍ଷ ଲାଗି ଚାଲିଥିବା ସିଧାସାଳଖ ଲଢ଼େଇରେ ବିଜେଡି ଭଲ ପ୍ରଦର୍ଶନ କରୁଛି।  ଏବେ ଯାଏ ମିଳିଥିବା ସୂଚନା ଅନୁଯାୟୀ ୧୦୮ ପୌରାଧ୍ୟକ୍ଷ ଆସନରୁ ୧୦୬ଟି ଟ୍ରେଣ୍ଡ ହସ୍ତଗତ ହୋଇଛି। ଏଥିରେ ୭୩ଟରେ ବିଜେଡି, ୧୭ରେ ବିଜେପି, କଂଗ୍ରେସ ୬ଓ ଅନ୍ୟାନ୍ୟ ୧୦ଟି ସ୍ଥାନରେ ବିଜେୟୀ/ଆଗୁଆ ଥିବା ଜଣାପଡ଼ିଛି। ସେହିପରି କାଉନ୍‌ସିଲର ପଦରେ ବିଜେଡି ୬୦୦ରୁ ଉଦ୍ଧ୍ୱର୍ ଆସନରେ ଆଗୁଆ ଥିବାବେଳେ ୧୫୦ ଆସନରେ ବିଜେପି ଆଗୁଆ ରହିଛି  । ଅପରପକ୍ଷରେ କଂଗ୍ରେସ ୪୮ ଓ ଅନ୍ୟାନ୍ୟ ୪୬ ସ୍ଥାନରେ ଆଗୁଆ ରହିଛନ୍ତି  ।

ସମସ୍ତଙ୍କ ନଜର ଏବେ ୩ ମହାନଗର ନିଗମ ଉପରେ  । ଭୁବନେଶ୍ୱରରେ ବିଜେଡ଼ି ମେୟର ପ୍ରାର୍ଥିନୀ ସୁଲୋଚନା ଦାସ ଆଗରେ ରହିଛନ୍ତି  । ଯେତେବେଳେକି ବିଜେପି ପ୍ରାର୍ଥିନୀ ଡକ୍ଟର ସୁନୀତ ମୁଣ୍ଡ ଓ କଂଗ୍ରେସର ମଧୁସ୍ମିତା ଆଚାର୍ୟ୍ୟ ପଛରେ ରହିଯାଇଛନ୍ତି  । କଟକରେ ବିଜେଡ଼ି ପକ୍ଷରୁ ରାଜ୍ୟସଭା ସାଂସଦ ସୁବାସ ସିଂ ନିର୍ବାଚନ ଲଢ଼ୁଥିଲେ  । ଏବେ ସେ ଆଗୁଆ ଥିବା ଜଣାପଡ଼ିଛି  । କଟକରେ କଂଗ୍ରେସ ପକ୍ଷରୁ ଗିରିବାଳା ବେହେରା ଓ ବିଜେପିର ଶ୍ରୀତମ ଦାସ ଲଢ଼ୁଛନ୍ତି  । 

ସମ୍ପ୍ରତି ୧୦୮ ପୌର ପରିଷଦ, ଏନଏସି ଓ ମହାନଗର ନିଗମ ପାଇଁ ଭୋଟ ଗଣତି ଜାରି ରହିଛି  । ବିଜେଡ଼ି ସମ୍ପ୍ରତି ୬୨ ପୌରାଂଚଳରେ ଆଗୁଆ ରହିଛି  । ଯେତେବେଳେକି ବିଜେପି ୧୮, କଂଗ୍ରେସ ୬ ଓ ଅନ୍ୟାନ୍ୟ ୭ ସ୍ଥାନରେ ଆଗୁଆ ରହିଛନ୍ତି  ।


Powered by Froala Editor