ଭୁବନେଶ୍ୱର: ରାଜ୍ୟରେ ଚାଲିଛି ପୌର ଭୋଟ ଗଣତି । ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ୍ ଗଣତି । ରାଜ୍ୟର ୫୮ଟି ଏନଏସି, ୪୭ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମରେ ଭୋଟ ଗଣତି ଚାଲିଛି । ଭଦ୍ରକ ଜିଲ୍ଲାର ନବଗଠିତ ଧାମନଗର ଏନଏସିରେ ଭୋଟ ଗଣତି ହେବ ନାହିଁ । ଏଯାଏଁ ମିଳିଥିବା ସୂଚନା ଅନୁଯାୟୀ କୋଟପାଡ଼ର କଂଗ୍ରେସର ପୌରାଧ୍ୟକ୍ଷ ପ୍ରର୍ଥୀ ବିଜୟୀ ହୋଇଛନ୍ତି। ସେହିପରି ବେଲପାହାଡ଼ରେ କଂଗ୍ରେସ ପ୍ରାର୍ଥୀ ବୁଲୁ ପଣ୍ଡା ବିଜୟୀ ହୋଇଥିବା ଜଣାପଡ଼ିଛି।
Powered by Froala Editor
