କଟକରେ ଆଗେଇଲା କଂଗ୍ରେସ

କଟକରେ ଆଗେଇଲା କଂଗ୍ରେସ

ରାଜ୍ୟ ଖବର

ଭୁବନେଶ୍ୱର: ରାଜ୍ୟରେ ଚାଲିଛି   ପୌର ଭୋଟ ଗଣତି । ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ୍ ଗଣତି । ରାଜ୍ୟର ୫୮ଟି ଏନଏସି, ୪୭ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମରେ ଭୋଟ ଗଣତି ଚାଲିଛି । ଇତିମଧ୍ୟରେ ମିଳିଥିବା ସୂଚନା ଅନୁଯାୟୀ କଟକ ମହାନଗର ନିଗମ ମେୟର ପଦଲାଗି ଚଲିଥିବା ଲଢ଼େଇ ରୋଚକ ହୋଇଛି। ଏଠାରେ ବିଜେଡି ଓ କଂଗ୍ରେସ ମଧ୍ୟରେ ଜୋରଦାର ଲଢ଼େଇ ହେଉଛି। କଂଗ୍ରେସ ପ୍ରାର୍ଥିନୀ ଗିରିବାଳା ବେହେରା ୫୯୪୯ ଭୋଟ୍‌ ପାଇଥିବା ବେଳେ ବିଜେଡିର ସୁବାସ ସିଂ ୫୫୭୪ ଭୋଟ୍‌ ପାଇ ପଛରେ ଅଛନ୍ତି। ସେହିପରି ବିଜେପିର ଶ୍ରୀତମ ଦାସ ୨୩୦୬ ଭୋଟ୍‌ ପାଇ ପଛରେ ଅଛନ୍ତି। 


Powered by Froala Editor