ଭୁବନେଶ୍ୱର: ପୌର ନିର୍ବାଚନ ପରିପ୍ରେକ୍ଷୀରେ ୨୬ତାରିଖ ଅପରାହ୍ନ ୫ଟା ପର୍ୟ୍ୟନ୍ତ ମଦ ବିକ୍ରି ସଂପୂର୍ଣ୍ଣ ବାରଣ କରାଯିବା ସହ, ଡ୍ରାଏ ଡେ ଘୋଷଣା କରାଯାଇଥିଲା । ତଥାପି ଚୋରାରେ ରାଜଧାନୀରେ କିଛି ସ୍ଥାନରେ ମଦ ବିକ୍ରି ଜାରି ରହିଥିଲା। ଏହା ଉପରେ ନଜର ରଖିଥିଲା ଅବକାରୀ ବିଭାଗ। ବିଭିନ୍ନ ସ୍ଥାନରେ ଚଢ଼ଉ ମଧ୍ୟ ହେଉଥିଲା। ତେବେ ଏହି ସମୟରେ ବେଆଇନ୍ଭାବେ ବିଦେଶୀ ମଦ ବିକ୍ରି କରୁଥିବାବେଳେ ସୂଚନା ପାଇ ଭୁବନେଶ୍ୱର ଭ୍ରାମ୍ୟମାଣ ଅବକାରୀ ଦଳ ଚଢଉ କରି ଏକ ବାର୍ ଉପର ମହଲାରେ ଥିବା ପାର୍ଲରରୁ ପ୍ରାୟ ୯୦ ପେଟି ବିଦେଶୀ ମଦ ଜବତ କରିଛି । ଜବତ ମଦର ଆନୁମାନିକ ମୂଲ୍ୟ ୯ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି ।
ସୂଚନା ଅନୁସାରେ ଗ୍ୟାରେଜ ଛକ ନିକଟରେ ଥିବା ଏକ ଲାଇସେନ୍ସପ୍ରାପ୍ତ ବିଦେଶୀ ମଦ ଦୋକାନରେ ଡ୍ରାଏ ଡେ ରେ ମଦ ବିକ୍ରି ହେଉଥିବା ନେଇ ଅବକାରୀ ବିଭାଗକୁ ସୂଚନା ମିଳିଥିଲା । ଅବକାରୀ ନୀରିକ୍ଷକ ସମରଜିତ୍ ଦାଶଙ୍କ ନେତୃତ୍ୱରେ ମଦ ଦୋକାନ ଉପରେ ଚଢଉ କରାଯାଇଥିଲା । ଦୋକାନର ଗୋଦାମ ଓ ରୋଷେଇ ଘରୁ ମଦ ଜବତ ହୋଇଥିଲାବେଳେ ଉପର ମହଲାରେ ଥିବା ପାର୍ଲରରୁ ମଧ୍ୟ ବିପୁଳ ପରିମାଣର ବିଦେଶୀ ମଦ ଜବତ ହୋଇଥିଲା । ଏହି ଘଟଣାରେ ଅବକାରୀ ବିଭାଗ ମାନସ ରଂଜନ ନାୟକ ଓ ଜନ୍ମେଞ୍ଜୟ ବିଶ୍ୱାଳଙ୍କୁ ଗିରଫ କରିଛି ।
Powered by Froala Editor
