ରାଜ୍ୟରେ ୨୪ ଘଣ୍ଟାରେ ୫୯ କରୋନା ସଂକ୍ରମିତ ଚିହ୍ନଟ

ରାଜ୍ୟରେ ୨୪ ଘଣ୍ଟାରେ ୫୯ କରୋନା ସଂକ୍ରମିତ ଚିହ୍ନଟ

ରାଜ୍ୟ ଖବର

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ୫୯ଜଣ କରୋନା ସଂକ୍ରମିତ ଚିହ୍ନଟ  ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୭ଜଣ ପିଲା ରହିଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରେଣ୍ଟାଇନ ସେଣ୍ଟରରୁ ୩୫ଜଣ ଚିହ୍ନଟ ହୋଇଥିବାବେଳେ ୨୪ଜଣ ଲୋକାଲ କଣ୍ଟାକ୍ଟ କେସ୍ ରହିଛି । 

ସୂଚନା ଓ ଲୋକସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୧୫ଜଣ, ଅନୁଗୁଳରୁ ୨, ବାଲେଶ୍ୱରରୁ ୩, ବଲାଙ୍ଗୀରରୁ ୨, କଟକରୁ ୪, ଦେବଗଡରୁ ୧, ଗଜପତିରୁ ୫, ଯାଜପୁରରୁ ୩, ଖୋର୍ଦ୍ଧାରୁ ୧୪, ମୟୂରଭଞ୍ଜରୁ ୪, ସମ୍ବଲପୁରରୁ ୩ ଓ ରାଜ୍ୟପୁଳରୁ ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳଛି ।

ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୮୭ହଜାର ୬୦୮କୁ ବୃଦ୍ଧି ପାଇଛି । ଆଜି କରୋନାରୁ ସୁସ୍ଥ ହୋଇଛନ୍ତି ୬୫ଜଣ । ଏହାକୁ ମିଶାଇ ମୋଟ ସୁସ୍ଥକଙ୍କ ସଂଖ୍ୟା ୧୨ଲକ୍ଷ ୭୮ହଜାର ୩୫ରେ ପହଞ୍ଚିଛି । ଏବେ ସକ୍ରିୟ ମାମଲା ରହିଛି ୪୦୦ ।  

Powered by Froala Editor