ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ, ୭ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ

ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ, ୭ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ

ରାଜ୍ୟ ଖବର

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ତତଲା କଡ଼େଇରେ ସୁଝୁଛନ୍ତି ରାଜ୍ୟବାସୀ। ବିଶେଷକରି ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ଅଧିକ ରହୁଛି । ରାଜ୍ୟରେ ତାପମାତ୍ରା ୪୧ଡିଗ୍ରୀ ଟପିଥିବାବେଳେ ଆଗକୁ ଆହୁରି ତାପମାତ୍ରା ବଢି ୪୪ଡିଗ୍ରୀରୁ ଅଧିକ ରହିବ ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି । ତେବେ ଆଜିଠୁ ଶୁକ୍ରବାର ପର୍ୟ୍ୟନ୍ତ ତାତି ଆହୁରି ବଢିବ । ଆଜି ମୟୂରଭଂଜ, ବୌଦ୍ଧ, ସୋନପୁର, ବଲାଙ୍ଗୀର ଓ ବରଗଡ ଓ ଗୁରୁବାର ଦିନ ଅନୁଗୁଳ, କଳାହାଣ୍ଡି, ସୋନପୁର,  ବୌଦ୍ଧ, ବରଗଡ, ବଲାଙ୍ଗୀର ଓ ସମ୍ବଲପୁର ଏବଂ ଶୁକ୍ରବାର ସମ୍ବଲପୁର, ବୌଦ୍ଧ, ସୋନପୁର, ବରଗଡ, ବଲାଙ୍ଗୀର, କଳାହାଣ୍ଡି ଓ ଅନୁଗୁଳ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବ । ସେଥିପାଇଁ ଏହି ସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । 


ସେପଟେ ଗତକାଲି ୭ଟି ସହରରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଥିଲା, ୪୧.୫ଡିଗ୍ରୀ ସହ ଳଟିଟଲାଗଡ ରାଜ୍ୟର ଉତ୍ତପ୍ତ ପାଲଟିଥିଲା । ବଲାଙ୍ଗୀରରେ ୪୧.୪, ସୋନପୁରରେ ୪୧.୩, ବାରିପଦାରେ ୪୧, ବୌଦ୍ଧରେ ୪୧, ଭବାନୀପାଟଣାରେ ୪୦.୨ ଓ ସମ୍ବଲପୁରରେ ୪୦.୨ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । 

Powered by Froala Editor