ପାନୀୟ ଜଳ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୮୨୫୫ କୋଟି ଟଙ୍କା

ପାନୀୟ ଜଳ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୮୨୫୫ କୋଟି ଟଙ୍କା

ରାଜ୍ୟ ଖବର

ଭୁବନେଶ୍ୱର : ରାଜ୍ୟ ବଜେଟରେ ପାନୀୟ ଜଳ ଉପରେ ଅଧିକ ଗୁରୁତ୍ୱାରୋପ କରାଯାଇଛି  । ୨୦୨୨ ସୁଦ୍ଧା ସହରାଂଚଳର ସବୁ ପରିବାରକୁ ଓ ୨୦୨୪ ସୁଦ୍ଧା ଗାଁର ସବୁ ପରିବାରକୁ ପାଇପ ପାଣି ଯୋଗାଇବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି  । ତେଣୁ ଏଥିପାଇଁ ଚଳିତ ବଜେଟରେ ୮୨୫୫ କୋଟିର ବ୍ୟୟବରାଦ କରାଯାଇଛି  ।

ବସୁଧା ଯୋଜନାରେ ପାନୀୟ ଜଳ ପ୍ରକଳ୍ପ ପାଇଁ ୨୨୫୫ କୋଟି ଟଙ୍କା ଖର୍ଚ୍ଚ କରାଯିବ  । ସେହିପରି ଜଳଜୀବନ ମିଶନ ଅଧିନରେ ୬ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି  । ଏହାଛଡ଼ା ସହରାଂଚଳ ସ୍ୱେରେଜ ପ୍ରକଳ୍ପ ନିମନ୍ତେ ୧୩୮ କୋଟି ଟଙ୍କା, ଓଡ଼ିଶା ସମନ୍ୱିତ ପରିମଳ ଉନ୍ନତିକରଣ ପାଇଁ ୩୩୪ କୋଟି ଟଙ୍କା ଓ ସହରାଂଚଳ ପରିମଳ ପ୍ରକଳ୍ପ ସକାଶେ ୨୫୧ କୋଟି ଟଙ୍କା ଖର୍ଚ୍ଚ ହେବବୋଲି ଅଟକଳ କରାଯାଇଛି  । 

ସୂଚନାଯୋଗ୍ୟଯେ, ରାଜ୍ୟରେ ଏବେ ବହୁ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଜାରିରହିଛି  । ତେବେ କରୋନା ଯୋଗୁଁ ପ୍ରକଳ୍ପ କାର୍ଯ୍ୟ ପ୍ରାୟ ବର୍ଷେ ବିଳମ୍ବ ହୋଇଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା  । ଅନେକ ପ୍ରକଳ୍ପ ଶେଷ ହୋଇଯାଇଥିବାବେଳେ ଆହୁରି କେତେକ ପ୍ରକଳ୍ପ ନିମନ୍ତେ ଟେଣ୍ଡର ଆହ୍ୱାନ କରାଯିବ ବୋଳି ଜାଣିବାକୁ ମିଳିଛି  । 

Powered by Froala Editor