ଦେଶରେ ୨୪ ଘଣ୍ଟାରେ ୯୧୩ କରୋନା ସଂକ୍ରମିତ ଚିହ୍ନଟ

ଦେଶରେ ୨୪ ଘଣ୍ଟାରେ ୯୧୩ କରୋନା ସଂକ୍ରମିତ ଚିହ୍ନଟ

ଜାତୀୟ ଖବର

ନୂଆଦିଲ୍ଲୀ: ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମିତଙ୍କ ସଂଖ୍ୟା।  ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର ୯୧୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ମାମଲା ହ୍ରାସ ପାଇବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ଓ ୧୩୧୬ ଜଣ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ୧୫ ହଜାର ତଳେ ରହିଛି । ଆଜିର ନୂତନ ସଂକ୍ରମଣକୁ ମିଶାଇ ଏବେ ମୋଟ ୧୨,୫୯୭ ଜଣ ସଂକ୍ରମିତ ରହିଛନ୍ତି । ଏଯାବତ୍ ଭାରତରେ ମୋଟ ୫,୨୧,୩୫୮ ଜଣ କୋରୋନାରେ ପ୍ରାଣ ହରାଇଛନ୍ତି । ସେହିପରି ଦେଶବ୍ୟାପୀ ସମୁଦାୟ ୧,୮୪,୭୦,୮୩,୨୭୯ କୋଟି ଡୋଜ୍ ଟୀକାକରଣ କରାଯାଇଛି ।


Powered by Froala Editor