କାହିଁକି ୨ ମିନିଟ୍‌ ପ୍ରାର୍ଥନା କରିବାକୁ କହିଲେ ଜାକଲିନ୍, ଜାଣନ୍ତୁ

କାହିଁକି ୨ ମିନିଟ୍‌ ପ୍ରାର୍ଥନା କରିବାକୁ କହିଲେ ଜାକଲିନ୍, ଜାଣନ୍ତୁ

ଜାତୀୟ ଖବର

ଶ୍ରୀଲଙ୍କା: ତାଙ୍କ ଦେଶ ପାଇଁ ୨ ମିନିଟ୍‌ ନିରବ ପ୍ରାର୍ଥନା କରନ୍ତୁ। ପରିସ୍ଥିତିରେ କିପରି ସୁଧାର ଆସିବ ସେଥିପାଇଁ ଚେଷ୍ଟା କରନ୍ତୁ। ଏମିତି କହିଛନ୍ତି ବଲିଉଡ୍‌ ଅଭିନେତ୍ରୀ ଜାକଲିନ୍‌ ଫର୍ଣ୍ଣାଡିଜ୍। ଶ୍ରୀଲଙ୍କାର ସ୍ଥିତି ବର୍ତ୍ତମାନ ସାଙ୍ଘାତିକ ହୋଇଛି। ଶ୍ରୀଲଙ୍କା ଆର୍ଥିକ ସଂକଟ ଦେଇ ଗତି କରୁଛି । ଲୋକମାନେ ନିତ୍ୟବ୍ୟବହାର୍ୟ୍ୟ ଜିନିଷ ପାଇବା କଷ୍ଟକର ହୋଇପଡିଛି । ଅନେକ ଦେଶ ଶ୍ରୀଲଙ୍କାର ପରିସ୍ଥିତିକୁ ନେଇ ସେ ଉଦ୍ବେଗ ପ୍ରକାଶ କରିଛନ୍ତି । ଏହି ସମୟରେ ବଲିଉଡ ଜାକଲିନ୍ ତାଙ୍କ ଦେଶକୁ ସମର୍ଥନ କରି ଆଗକୁ ଆସିଛନ୍ତି ।


ଜାକଲିନ୍ ନିଜ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ଜଣେ ଶ୍ରୀଲଙ୍କାବାସୀ ହୋଇଥିବାରୁ ଏସବୁ ଦେଖି ମତେ ଦୁଃଖ ଲାଗୁଛି । ଏହି ଦୁର୍ଦ୍ଧଶା ଆରମ୍ଭରୁ ମୁଁ ସାରା ବିଶ୍ୱରୁ ଅନେକ କଥା ଶୁଣିଛି । ମୁଁ କହିବାକୁ ଚାହେଁ, କିଛି ଦେଖିବା ପରେ ତତ୍କ୍ଷଣାତ୍ ନିଜର ବିଚାର ଦିଅନ୍ତୁ ନାହିଁ । ମୋ ଲୋକଙ୍କୁ ଅନ୍ୟର ବିଚାର ନୁହେଁ ବରଂ ସହାନୁଭୂତି ଏବଂ ସମର୍ଥନ ଆବଶ୍ୟକ । ଆପଣ ସେମାନଙ୍କ ଶକ୍ତି ଏବଂ ସୁସ୍ଥତା ପାଇଁ ୨ମିନିଟ୍ ନିରବ ପ୍ରାର୍ଥନା କରୁନ୍ତୁ । ସେ ତାଙ୍କ ପୋଷ୍ଟରେ ଆହୁରି ଲେଖିଛନ୍ତି, ମୁଁ ଆଶା କରୁଛି ଏହି ପରିସ୍ଥିତି ଶୀଘ୍ର ଶେଷ ହେବ । ଜ୍ୟାକଲିନ୍ ଜଣେ ଶ୍ରୀଲଙ୍କା ମଡେଲ । କିନ୍ତୁ ସେ ବଲିଉଡରେ ନିଜର କ୍ୟାରିୟର ଗଢିଛନ୍ତି । 

Powered by Froala Editor