ଏଣିକି ଜଣା ପଡ଼ିଯିବ କାହାକୁ ଦେଲେ ଭୋଟ ?

ଏଣିକି ଜଣା ପଡ଼ିଯିବ କାହାକୁ ଦେଲେ ଭୋଟ ?

ରାଜ୍ୟ ଖବର

ଭୁବନେଶ୍ୱର : ପୌର ଉପାଧ୍ୟକ୍ଷ ଓ ଡେପୁଟି ମେୟର ନିର୍ବାଚନ ପାଇଁ ନୂଆ ନିୟମ କରାଯାଇଛି  । ଭୋଟ ବାକ୍ସରେ ପକାଇବା ପୂର୍ବରୁ କାହାକୁ ଭୋଟ ଦେଲେ ତାହାକୁ ଏଜେଣ୍ଟକୁ ଦେଖାଇବାକୁ ପଡ଼ିବ  । ଫଳରେ ଆଉ ଘୋଡ଼ାବେପାର ବା କ୍ରସଭୋଟିଂର ଆଶଙ୍କା ରହିବ ନାହିଁ  । ରାଜ୍ୟ ସରକାର ଏଭଳି ଏକ ନୂଆ ନିୟମ କରିଛନ୍ତି  ।

ନୂତନ ନିୟମ ଅନୁସାରେ ପୌରସଂସ୍ଥା ଉପାଧ୍ୟକ୍ଷ ଓ ଡେପୁଟି ମେୟର ପଦବୀ ନିର୍ବାଚନ ପାଇଁ ପ୍ରତ୍ୟେକ ରାଜନୈତିକ ଦଳ ତାଙ୍କର ଏକ ପ୍ରାଧିକୃତ ପ୍ରତିନିଧି ନିଯୁକ୍ତ କରିବେ  । ସଂପୃକ୍ତ ଦଳର ସଭ୍ୟମାନେ ଉପାଧ୍ୟକ୍ଷ/ଡେପୁଟି ମେୟର ନିର୍ବାଚନ ପାଇଁ ଭୋଟ ଦେବା ପରେ ଏଜେଣ୍ଟଙ୍କୁ ଦେଖାଇ ଭୋଟ ବାକ୍ସରେ ପକାଇବେ  । ଆସନ୍ତା ୭ ତାରିଖରେ ପୌର ଉପାଧ୍ୟକ୍ଷ ମେୟର ପଦବୀ ପାଇଁ ନିର୍ବାଚନ ହେବ  ।

୭ ତାରିଖ ସକାଳ ୧୦ଟାରୁ ୧୧ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରାଯିବ  । ଏହା ପରେ ନାମାଙ୍କନ ପତ୍ର ଯାଞ୍ଚ ସହ ଦିନ ୧ଟା ପୂର୍ବରୁ ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯିବ  । ୧ଟା ୩୦ରୁ ୩ଟା ୩୦ ମଧ୍ୟରେ ଭୋଟ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ମତଦାନ କରାଯିବ  । ପରେ ଭୋଟ ଗଣତି କରି ନିର୍ବାଚନ ଫଳାଫଳ ପ୍ରକାଶ ପାଇବ  ।

ଅପରପକ୍ଷରେ ତିନିଟି ମହାନଗର ନିଗମର ଡେପୁଟି ମେୟର ପଦବୀ ନିମନ୍ତେ ୭, ୮ ଓ ୯ରେ ନିର୍ବାଚନ ହେବ  । କଟକ ମହାନଗର ନିଗମ ପାଇଁ  ଅପ୍ରେଲ ୭, ବ୍ରହ୍ମପୁର ମହାନଗର ନିଗମ ପାଇଁ ଅପ୍ରେଲ ୮ ଓ ଭୁବନେଶ୍ୱର ମହାନଗର ନିଗମ ନିମନ୍ତେ ଅପ୍ରେଲ ୯ରେ ଭୋଟ ପାଇଁ ଦିନ ଧାର୍ଯ୍ୟ ହୋଇଛି  । 


Powered by Froala Editor