ଦକ୍ଷିଣ ୟୁକ୍ରେନ୍‌ରେ ରୁଷ୍‌ର ଗୁଳି ବର୍ଷା, ୮ ମୃତ

ଦକ୍ଷିଣ ୟୁକ୍ରେନ୍‌ରେ ରୁଷ୍‌ର ଗୁଳି ବର୍ଷା, ୮ ମୃତ

ଜାତୀୟ ଖବର

କିବ୍: ରୁଷ୍ର ଆକ୍ରମଣ ଜାରି ରହିଛି।  କିବ୍ ଏବଂ ଚେର୍ନିହିବରୁ ସେନା ପ୍ରତ୍ୟାହାର କରି ନେଇଥିଲେ ମଧ୍ୟ ଦକ୍ଷିଣ ଏବଂ ପୂର୍ବ ଭାଗରେ ଆକ୍ରମଣ ଜୋରଦାର କରିଛି। ଦକ୍ଷିଣ ୟୁକ୍ରେନ୍ରେ ରୁଷ୍ର ଗୋଳାବର୍ଷା ଯୋଗୁଁ ୮ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୩୪ ଜଣ ଆହତ ହୋଇଛନ୍ତି। ଓଚାକିବ୍ରେ ରୁଷ୍ର ଗୋଳାବର୍ଷା ପାଇଁ ୭ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୦ ଜଣ ଆହତ ହୋଇଛନ୍ତି। ଅନ୍ୟପକ୍ଷେ ମାଇକୋଲେବରେ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୪ ଜଣ ଆହତ ହୋଇଛନ୍ତି। ମାରିୟୁପୋଲ୍ରେ ଏବେ ବି ବିମାନ ଆକ୍ରମଣ ଜାରି ରହିଛି। ସେହିପରି ମାଇକୋଲେଭ୍ରେ ରୁଷ୍ର ବିମାନ ଆକ୍ରମଣ ଯୋଗୁଁ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୫ ଜଣ ଆହତ ହୋଇଛି। ମାରିୟୁପୋଲ୍ରେ ଯୁଦ୍ଧ ଜାରି ରହିଥିବାରୁ ଆଇଆର୍ସି (ଅନ୍ତର୍ଜାତୀୟ ରେଡ୍ କ୍ରସ୍ କମିଟି)ର ଏକ ଟିମ୍ ମାରିୟୁପୋଲ୍ ପହଞ୍ଚି ପାରିନାହାନ୍ତି। ମାରିୟୁପୋଲ ମୁଖପାତ୍ର କହିଛନ୍ତି, ସୁରକ୍ଷା ସ୍ଥିତି ପାଇଁ ଆମେ ମାରିୟୁପୋଲ୍ରେ ପହଞ୍ଚି ପାରିଲୁନି। ଅନ୍ୟପକ୍ଷରେ ୟୁକ୍ରେନ ସୈନ୍ୟବାହିନୀର ମିସାଇଲ୍ ମାଡ଼ରେ ରୁଷର ଏକ ହେଲିକପ୍ଟର ଦୁଇଖଣ୍ଡ ହୋଇଯାଇଥିବା ଏକ ଭିଡିଓରେ ଦେଖାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ୟୁକ୍ରେନ ସୈନ୍ୟବାହିନୀ ଦ୍ୱାରା ବ୍ୟବହୃତ ବ୍ରିଟିଶ ନିର୍ମିତ ଷ୍ଟାରଷ୍ଟ୍ରିକ୍ ରୁଷର ଏମଆଇ୨୪ଏନ ହେଲିକପ୍ଟରକୁ ପୂର୍ବ ୟୁକ୍ରେନର ଲୁହାନସ୍କ ଅଞ୍ଚଳରେ ନଷ୍ଟ କରିଦେଇଛି। ଷ୍ଟାରଷ୍ଟ୍ରିକ୍ ହେଉଛି ବ୍ରିଟେନର ସବୁଠାରୁ ଉନ୍ନତ ମାନ ପୋର୍ଟେବଲ୍ ମିସାଇଲ୍ ସିଷ୍ଟମ୍ । ରୁଷର ସୈନ୍ୟବାହିନୀ ବର୍ତ୍ତମାନ ପୂର୍ବ ୟୁକ୍ରେନ ଉପରେ ନଜର ରଖିଥିବାବେଳେ ସେଠାରେ ପ୍ରାୟ ୬୦ ହଜାର ରୁଷର ସୈନ୍ୟ ରହିଛନ୍ତି। ଗତ ରବିବାର ଦିନ ଖାର୍କିଭ୍ ପୂର୍ବ ସହରରେ ଗୁଳି ବିନିମୟରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିଲେ।


Powered by Froala Editor