ମୁମ୍ବାଇ: ପାତ୍ର ଚାୱଲ ଜମି ଦୁର୍ନୀତି ମାମଲାରେ ଇଡି ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ କୋଟିକୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ୧୦୩୪ କୋଟି ପାତ୍ର ଚାୱଲ ଜମି ଦୁର୍ନୀତିର ଖୋଳତାଡ଼ କରି ଇଡି ଏପରି ପଦକ୍ଷେପ ନେଇଛି। ଜବତ ସମ୍ପତ୍ତି ମଧ୍ୟରେ ସଞ୍ଜୟ ରାଉତଙ୍କ ଆଲିବାଗ ପ୍ଲଟ, ଦାଦ୍ରା ଓ ମୁମ୍ବାଇରେ ଥିବା ଫ୍ଲାଟ ରହିଛି।
ଇଡିର ଏପରି ପଦକ୍ଷେପ ପରେ ଲଢ଼ିବାର ଦମ୍ଭ ଦେଖାଇଛନ୍ତି ଶ୍ରୀ ରାଉତ। ସେ କହିଛନ୍ତି,“କାର୍ୟ୍ୟାନୁଷ୍ଠାନରେ ଭୟଭୀତ ହେଉଥିବା ଲୋକଙ୍କ ମଧ୍ୟରେ ମୁଁ ନାହିଁ। ମୋ ସମ୍ପତ୍ତି ଜବତ କର, ମୋତେ ଗୁଳି ମାର କିମ୍ବା ମୋତେ ଜେଲରେ ଭର୍ତ୍ତି କରିଦିଏ। କିନ୍ତୁ ସଞ୍ଜୟ ରାଉତ ହେଉଛି ବାଲାସାହେବ ଠାକରେଙ୍କ ଅନୁଗାମୀ ଓ ଜଣେ ଶିବ ସୈନିକ। ମୁଁ ସମସ୍ତଙ୍କର ଅସଲ ଚେହାର ପର୍ଦ୍ଦାଫାସ କରିବା ଯାଏ ଲଢ଼େଇ କରିବି। ମୁଁ ଚୁପ ରହୁଥିବା ଲୋକ ନୁହେଁ। ସେମାନଙ୍କୁ ଏବେ ଡ୍ୟାନ୍ସ କରିବାକୁ ଦିଅ। ସତ୍ୟ ନିଶ୍ଚିତ ସାମ୍ନାକୁ ଆସିବ। ଏହାପୂର୍ବରୁ ସେ ଟ୍ୱିଟ କରି ସତ୍ୟମେବ ଜୟତେ ବୋଲି ମଧ୍ୟ ଲେଖିଥିଲେ।
ଆଜି ଇଡି ପକ୍ଷରୁ ପାତ୍ର ଚାୱଲ ଜମି ଦୁର୍ନୀତି ଘଟଣାରେ ସଞ୍ଜୟ ରାଉତଙ୍କ ସହଯୋଗୀ ପ୍ରବୀଣ ରାଉତଙ୍କ ୯ କୋଟି ଓ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷାଙ୍କ ୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା। ଏହାପଛରେ ରାଜନୀତି ଅଭିସନ୍ଧି ରହିଥିବା ସଞ୍ଜୟ ରାଉତ ମାର୍ଚ୍ଚ ୨୫ରେ ଅଭିଯୋଗ କରିଥିଲେ।
Powered by Froala Editor
