ଭୁବନେଶ୍ୱର: ନୀଳଗିରିର ଜନୈକ ସାମ୍ବାଦିକଙ୍କୁ ବେଡ଼ି ଘଟଣାରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ନୀଳଗିରି ଥାନା ଆଇଆଇସି ଦ୍ରୋପଦୀ ଦାସଙ୍କୁ ବଦଳି କରାଯାଇଛି । ଏହି ମାମଲାର ତଦନ୍ତ ଅଧିକାରୀ ସୁବର୍ଣ୍ଣା ବେହେରାଙ୍କୁ ମଧ୍ୟ ବଦଳି କରାଯାଇଛି । ତଦନ୍ତ ସରିବା ପର୍ୟ୍ୟନ୍ତ ଉଭୟଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି । ଏନେଇ ପୂର୍ବାଞ୍ଚଳ ଇନଚାର୍ଜ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି ।
ପ୍ରକାଶଯେ, ଜଣେ ହୋମ୍ଗାର୍ଡଙ୍କୁ ମାରପିଟ କରିଥିବା ଅଭିଯୋଗରେ ଗିରଫ ହୋଇଥିବା ଜଣେ ସାମ୍ବାଦିକଙ୍କ ଗୋଡରେ ବେଡି ପକାଇଥିଲା ପୁଲିସ୍ । ବାଲେଶ୍ୱର ଜିଲ୍ଲାରେ ଏମିତି ଏକ ଘଟଣା ଘଟିଥିବା ବେଳେ ଏସ୍ପିଙ୍କ ନିଦେ୍ର୍ଧଶକ୍ରମେ ଜଣେ ଡିଏସ୍ପି ଘଟଣାର ଯାଞ୍ଚ କରିବା ସହିତ ଉକ୍ତ ସାମ୍ବାଦିକଙ୍କ ଗୋଡରୁ ବେଡି ଖୋଲି ଦେଇଥିଲେ । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି ବୋଲି ନୀଳଗିରି ଏସ୍ଡିପିଓ କହିଥିଲେ ।
ଗିରଫ ସାମ୍ବାଦିକଙ୍କ ନାଁ ଲୋକନାଥ ଦଳେଇ । ତାଙ୍କୁ ନୀଳଗିରି ପୁଲିସ୍ ଗିରଫ କରିଥିଲା । ଅସୁସ୍ଥ ଅନୁଭବ କରିବାକୁ ପୁଲିସ୍ ତାଙ୍କୁ ବାଲେଶ୍ୱର ଜିଲ୍ଲା ଚିକିସôାଳୟରେ ଭର୍ତ୍ତି କରିଥିଲା । କିନ୍ତୁ ଆତାଙ୍କୁ ଜଗିଥିବା ପୁଲିସ୍ କର୍ମଚାରୀମାନେ ତାଙ୍କ ଗୋଡରେ ବେଡି (ହ୍ୟାଣ୍ଡକଫର ଗୋଟିଏ ପଟକୁ ତାଙ୍କ ଗୋଡରେ ପକାଇ ଅନ୍ୟ ପଟକୁ ମେଡିକାଲ୍ର ଏକ ବେଡରେ ବାନ୍ଧି ଦେଇଥିଲେ) ପକାଇ ଦେଇଥିଲେ ।
ଯେଉଁ ପୁଲିସ୍ କର୍ମଚାରୀମାନେ ତାଙ୍କ ଗୋଡରେ ହ୍ୟାଣ୍ଡକଫ୍ ପକାଇଥିଲେ ଲୋକନାଥ ସେମାନଙ୍କୁ ପଚାରିଥିଲେ ଯେ କାହା ନିଦେ୍ର୍ଧଶରେ ସେମାନେ ଏପରି କରୁଛନ୍ତି । ସେମାନେ ପ୍ରଥମେ ବଡ ସାର୍ କହିଛନ୍ତି ବୋଲି କହିଥିଲେ । ପରେ ନୀଳଗିରି ଆଇଆଇସି ମ୍ୟାଡାମଙ୍କ ନିଦେ୍ର୍ଧଶରେ ଏପରି କରିଥିବା ସେମାନେ କହିଥିଲେ । ଅନ୍ୟପକ୍ଷରେ ନୀଳଗିରି ଏସ୍ଡିପିଓ କହିଥିଲେ ଯେ ଉପର ସ୍ତରରୁ ଏମିତି କୌଣସି ନିଦେ୍ର୍ଧଶ ଆସି ନଥିଲା । ସେହିପରି ନୀଳଗିରି ଆଇଆଇସି କହିଥିଲେ ଯେ ତାଙ୍କ ପକ୍ଷରୁ ଏଭଳି କୌଣସି ନିଦେ୍ର୍ଧଶ ଦିଆଯାଇ ନାହିଁ ।
Powered by Froala Editor
