ହାତୀ ଆକ୍ରମଣରେ ୬ ଯବାନ ଆହତ

ହାତୀ ଆକ୍ରମଣରେ ୬ ଯବାନ ଆହତ

ରାଜ୍ୟ ଖବର

ଭୁବନେଶ୍ୱର:  ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ମୁଣ୍ଡାସାହି ନିକଟରେ ନକ୍ସଲ ବିରୋଧୀ ଟ୍ରେନିଂ ବେଳେ ଅଘଟଣ ଘଟିଛି। ହାତୀ ଆକ୍ରମଣରେ ୮୮ ବିଏସଏଫ ବାଟାଲିୟନର ୬ଜଣ ଯବାନ ଆହତ ହୋଇଛନ୍ତି।  ଆହତ ଯବାନମାନଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି।

ଗତକାଲି ରାତିରେ ଚନ୍ଦକା ମୁଣ୍ଡାସାହି ନିକଟରେ ଥିବା ଜଙ୍ଗଲରେ ଯବାନମାନେ ନକ୍ସଲ ବିରୋଧୀ ଟ୍ରେନିଂ ଚାଲିଥିଲା। ଏହି ସମୟରେ ଏକ ହାତୀ ପଲ

ଆସି ସେମାନଙ୍କୁ  ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଯବାନମାନେ ହାତୀ ଆକ୍ରମଣରରୁ  ଜୀବନ ବଞ୍ଚାଇବା ପାଇଁ ଫାଙ୍କା ଗୁଳିଚାଳନା କରିଥିଲେ। ପରେ ହାତପଲ ସେଠାରୁ ପଳାଇଯାଇଥିଲେ।  ହାତୀ ଆକ୍ରମଣରେ ୬ ଜଣ ଯବାନ ଆହତ ହୋଇଥିଲେ। ଆହତ ଯବାନଙ୍କ  ସ୍ୱାସ୍ଥ୍ୟଅବସ୍ଥା ଭଲ ଥିବା ଜଣାଯାଇଛି।


Powered by Froala Editor