ମନ୍ତ୍ରୀଙ୍କୁ ରିପୋର୍ଟକାର୍ଡ ମାଗିଲେ ମୁଖ୍ୟମନ୍ତ୍ରୀ

ମନ୍ତ୍ରୀଙ୍କୁ ରିପୋର୍ଟକାର୍ଡ ମାଗିଲେ ମୁଖ୍ୟମନ୍ତ୍ରୀ

ରାଜ୍ୟ ଖବର

ଭୁବନେଶ୍ବର :  ରାଜ୍ୟ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ନେଇ ଆକଳନ କରାଯାଉଛି। ନବୀନ ସରକାରଙ୍କ ପଞ୍ଚମ ପାଳିର ତୃତୀୟ ବର୍ଷ ପୂରଣ ଆଗରୁ ନବୀନ ନିଜ ନୂଆ ଟିମ୍ ଗଢିବାର ଯଥେଷ୍ଟ ସମ୍ଭାବନା ରହିଛି । ଆଉ ତାର ପ୍ରାଥମିକ ପ୍ରକ୍ରିୟା ସ୍ୱରୂପ ମନ୍ତ୍ରୀଙ୍କୁ ନିଜ ନିଜ ବିଭାଗର ରିପୋର୍ଟ କାର୍ଡ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଦାୟିତ୍ୱ ନେବା ପରେ ବିଭାଗର ପ୍ରଦର୍ଶନ କିଭଳି ରହିଛି? କେଉଁ ସବୁ ଯୋଜନାକୁ ସଫଳତାର ସହ କାର୍ୟ୍ୟକାରୀ କରାଯାଇଛି? ବିଭାଗରେ ୫-ଟି କାର୍ୟ୍ୟକାରୀ ହେବା ପରେ କଣ ପରିବର୍ତନ ହୋଇଛି? ଜନତାଙ୍କ ନିକଟରେ ବିଭାଗ ଉତ୍ତରଦାୟୀ ରହି କାର୍ୟ୍ୟ କରିପାରିଛି କି? କେଉଁ ସବୁ ଦିଗ ପ୍ରତି ବିଭାଗ ସଜାଗ ନରହିବାରୁ ସମସ୍ୟା ଉପୁଜିଛି? କିଛି ଏଭଳି ଢଙ୍ଗରେ ବିଭାଗୀୟ ମନ୍ତ୍ରୀଙ୍କୁ ନିଜ ନିଜ ବିଭାଗର ରିପୋର୍ଟ ତିଆରି କରିବାକୁ କୁହାଯାଇଛି ।

ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ନେଇ ଏହା ପ୍ରାଥମିକ ଅଙ୍କକଷା ବୋଲି ପାୱାର କରିଡରରେ ଚର୍ଚ୍ଚା ହେଉଛି । ସବୁ ବିଭାଗର ସମୀକ୍ଷା ପରେ କିଛି ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କୁହାଯିବ ଆଉ ଏହାପରେ ନୂଆ ମନ୍ତ୍ରୀଙ୍କୁ ନେଇ ନୂଆ ଟିମ୍ ଗଢିବେ ନବୀନ । ଯାହାଙ୍କ କାନ୍ଧ ଉପରେ ରହିବ ମିଶନ୍ ୨୦୨୪ ଦାୟିତ୍ୱ । କାରଣ ନିର୍ବାଚନ ଯେତେ ପାଖେଇ ଆସିବ, ସେତେବେଳେ ଉଭୟ ଦଳ ଆଉ ସରକାର ଆହ୍ୱାନର ସାମ୍ନା କରିବ । ସେତେବେଳେ ଏମାନେ ହିଁ ଦଳ ପାଇଁ ତ୍ରାଣକର୍ତ୍ତା ସାଜିବେ ବୋଲି କୁହାଯାଉଛି ।

Powered by Froala Editor