ସୋର: ନିଶାସକ୍ତ ପୁଅର ଉନ୍ମକ୍ତ କାଣ୍ଡ। ଭାତ ଦେବାର ବିଳମ୍ବ ହେବାରୁ ମାଆକୁ ଠେଙ୍ଗାରେ ପିଟି ପିଟି ମାରିଲା ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସୋର ଥାନା ସିଙ୍ଗାଖୁଣ୍ଟା ପଞ୍ଚାୟତ ଗୁଜୁଢ଼ିଆ ଗ୍ରାମରେ । ମୃତ ମହିଳା ଜଣକ ହେଲେ ସତ୍ୟଭାମା
ଏହି ଗାଁର ପୁରୁଷୋତ୍ତମ ବେହେରାଙ୍କ ସାନ ପୁଅ ରତିକାନ୍ତ ମା’ଙ୍କୁ ନିଶାସକ୍ତ ଅବସ୍ଥାରେ ଭାତ ମାଗିଥିଲେ। ମା’ ଭାତ ଆଣି ଦେବାରେ ବିଳମ୍ବ ହେବାରୁ ଏଥିରେ ରତିକାନ୍ତ ଉତକ୍ଷିପ୍ତ ହୋଇଯାଇଥିଲେ। ପାଖରେ ପଡିଥିବା ଏକ ଠେଙ୍ଗାରେ ମା’ ସତ୍ୟଭାମାଙ୍କୁ ପାହାର ପରେ ପାହାର ପିଟି ଚାଲିଥିଲା । ମାଡ ବେଳେ ବାପା ପୁରୁଷୋତ୍ତମ ଉଦ୍ଧାର କରିବାକୁ ଯିବାରୁ ବାପାକୁ ମଧ୍ୟ ରତିକାନ୍ତ ମାଡ ଦେଇଥିଲା । ଭୟରେ ପୁରୁଷୋତ୍ତମ ପଡୋଶୀ ଘରକୁ ଯାଇ ଅଚେତ ହୋଇ ପଡି ଯାଇଥିଲା। ରତିକାନ୍ତ ନିକଟରେ ନିଶାସକ୍ତ ଅବସ୍ଥାରେ ପଡିବାରୁ ଗାଁ ଲୋକ ଟେକି ଆଣି ଘରେ ପୁରାଇ ଚାବି ପକାଇ ଦେଇଥିଲେ । ଖବର ପାଇ ସୋର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛନ୍ତି।
Powered by Froala Editor
