ଶିବସେନା ଭବନ ଆଗରେ ହନୁମାନ ଚାଳିଶା ପାଠ

ଶିବସେନା ଭବନ ଆଗରେ ହନୁମାନ ଚାଳିଶା ପାଠ

ଜାତୀୟ ଖବର

ମୁମ୍ବାଇ: ମସ୍‌ଜିଦରେ ଲାଉଡ୍‌ ସ୍ପିକରକୁ ନେଇ ମହାରାଷ୍ଟ୍ର ରାଜୀନତିରେ ଏବେ ନୂଆ ନୂଆ ନାଟକ ଦେଖିବାକୁ ମିଳିଛି। ଏହା ମଧ୍ୟରେ ମହାରାଷ୍ଟ୍ରରେ ଶିବସେନାକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛି ଏମ୍ଏନ୍ଏସ୍। ରାଜ ଠାକରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍ଏନ୍ଏସ୍) ରାମ ନବମୀ ଅବସରରେ ମୁମ୍ବାଇ ସ୍ଥିତ ଶିବସେନା ଭବନ ବାହାରେ ଲାଉସ୍ପିକର ଜରିଆରେ ହନୁମାନ ଚାଳିଶା ପାଠ କରିଛି।ଇୟଗ୍ଦ ଭଚ୍ଚ

ନିକଟରେ ଏମ୍ଏନ୍ସ କର୍ମକର୍ତ୍ତାଙ୍କୁ ସମ୍ବୋଧନ କରି ରାଜ ଠାକରେ ମହାରାଷ୍ଟ୍ରର ମସଜିଦଗୁଡିକୁର ଲାଉଡସ୍ପିକର ହଟାଇବା ପାଇଁ ଦାବି କରିଥିଲେ। ଯଦି ପୁଲିସ କିମ୍ବା ପ୍ରଶାସନ ମସଜିଦଗୁଡିକରୁ ଲାଉଡସ୍ପିକର ନ ହଟାନ୍ତି ତେବେ ମସଜିଦ ସାମ୍ନାରେ ହନୁମାନ ଚାଳିଶା ପାଠ କରାଯିବ ବୋଲି ସେ କହିଥିଲେ।

ରାଜ ଠାକରେ କହିଥିଲେ ଯେ ସେ କୌଣସି ପ୍ରାର୍ଥନା କିମ୍ବା ଧର୍ମକୁ ବିରୋଧ କରୁନାହାନ୍ତି। ପ୍ରତି ଧର୍ମରେ ପ୍ରାର୍ଥନାର ଅଧିକାର ରହିଛି। କିନ୍ତୁ ଅନ୍ୟଙ୍କୁ ହଇରାଣ କରିବା ଉଚିତ ନୁହେଁ ବୋଲି ସେ କହିଥିଲେ।

ଏମ୍ଏନ୍ଏସ୍ ମୁଖ୍ୟଙ୍କ ଏହି ବୟାନ ପରେ କର୍ମକର୍ତ୍ତାମାନେ ଭିନ୍ନ ଭିନ୍ନ ସ୍ଥାନରେ ଲାଉଡସ୍ପିକର ଜରିଆରେ ହନୁମାନ ଚାଳିଶା ପାଠ କରୁଛନ୍ତି। ଏହିକ୍ରମରେ ଆଜି ଏମ୍ଏନ୍ଏସ୍ କର୍ମୀମାନେ ଶବିସେନା ଭବନ ଆଗରେ ହନୁମାନ ଚାଳିଶା ବଜାଇଛନ୍ତି। ତେବେ କିଛି ସମୟ ବଜାଇବା ପରେ ମୁମ୍ବାଇ ପୁଲିସ ଆସି ସେମାନଙ୍କୁ ଅଟକାଇଛି।

ପୁଲିସ ହନୁମାନ ଚାଳିଶା ବନ୍ଦ କରିବା ସହ ଉକ୍ତ ଗାଡିକୁ ମଧ୍ୟ ଜବତ କରି ନେଇଛି। ଏଥିସହ ଏମ୍ଏନ୍ଏସ୍ ନେତା ଯଶବନ୍ତ କିଲ୍ଲେକରଙ୍କୁ ପୁଲିସ ଶିବାଜୀ ପାର୍କ ପୁଲିସ ଷ୍ଟେସନରେ ଅଟକ ରଖିଛି। ଏହା ପୂର୍ବରୁ ମଧ୍ୟ କୁର୍ଲା ଓ ଘାଟକୋପର୍ରେ ଏମ୍ଏନ୍ଏସ୍ କର୍ମୀମାନେ ଲାଉଡସ୍ପିକରରେ ହନୁମାନ ଚାଳିଶା ବଜାଇବାକୁ ଚେଷ୍ଟା କରିଥିଲେ। ଏହାପରେ ପୁଲିସ ସେମାନଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଥିଲା।  ଏମ୍ଏନ୍ଏସ୍ କର୍ମୀଙ୍କୁ ନୋଟିସ୍ ମଧ୍ୟ ପଠାଇଥିଲା।


Powered by Froala Editor