ଅହମଦାବାଦ:ଗୁଜରାଟର ଭରୁଚ ସହରରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ହୋଇ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୫ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ପରଠୁ ଜଣେ କର୍ମଚାରୀଙ୍କ ପତ୍ତା ମିଳୁନି । ପୁଲିସ୍ ମାମଲା ରୁଜୁ କରି ସନ୍ଧାନ ଜାରି ରଖିଛି।
ରବିବାର ବିଳମ୍ବିତ ରାତିରେ ଭରୁଚ ସହରସ୍ଥିତ ଓମ୍ ଅର୍ଗାନିକ କେମିକାଲ ଫ୍ୟାକ୍ଟ୍ରିରେ ହଠାତ୍ ଭୟଙ୍କର ବ୍ଲାଷ୍ଟ ହୋଇଥିଲା। ଏହାପରେ ଫ୍ୟାକ୍ଟ୍ରିରେ ନିଆଁ ଲାଗି ୫ କର୍ମଚାରୀ ଜୀଅନ୍ତା ଜଳି ଯାଇଥିଲେ। ବ୍ଲାଷ୍ଟ ପରେ ଜଣେ କର୍ମଚାରୀ ନିଖୋଜ ହୋଇ ଯାଇଥିବା ବେଳେ ତାଙ୍କ ସନ୍ଧାନ ଜାରି ରହିଛି। ଏହି ବ୍ଲାଷ୍ଟର ଶବ୍ଦ ଏତେ ପ୍ରଖର ଥିଲା ଯେ, ଏହାର ତିବ୍ରତା ବହୁ ଦୂର ପର୍ୟ୍ୟନ୍ତ ଅନୁଭୂତ ହୋଇଥିଲା।
ଭରୁଚରେ ବହୁ ସଂଖ୍ୟାରେ କେମିକାଲ ଫ୍ୟାକ୍ଟ୍ରି ଥିବା ବେଳେ ଏପରି ବ୍ଲାଷ୍ଟ ପ୍ରଥମ ଘଟଣା ନୁହେଁ। ୨୦୨୧ ଫେବୃୟାରୀ ୨୩ରେ ଏକ କମ୍ପାନୀରେ ବ୍ଳାଷ୍ଟ ହୋଇ ୨୪ ଜଣ ଗୁରୁତର ହୋଇଥିଲେ। ଏହି ବ୍ଲାଷ୍ଟର ଶବ୍ଦ ୧୫ କିମି ଦୂର ପର୍ୟ୍ୟନ୍ତ ଶୁଭିଥିଲା। ଏହା ଏତେ ପ୍ରଚଣ୍ଡ ଥିଲା ଯେ, ଆଖପାଖ ଗାଁରେ ଭୂକମ୍ପ ଅନୁଭୂତ ହୋଇଥିଲା।
Powered by Froala Editor
