ମାଡ଼ିଗଲା କୋଣାର୍କା ଏକ୍ସପ୍ରେସ୍‌, ୫ ଯାତ୍ରୀ ମୃତ

ମାଡ଼ିଗଲା କୋଣାର୍କା ଏକ୍ସପ୍ରେସ୍‌, ୫ ଯାତ୍ରୀ ମୃତ

ଜାତୀୟ ଖବର

ଭୁବନେଶ୍ବର: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାରେ ସୋମବାର ରାତି ପ୍ରାୟ ୮ଟା ୩୦ରେ କୋଣାର୍କ ଏକ୍ସପ୍ରେସ୍‌ ମାଡ଼ି ଯିବାରୁ ଘଟଣାସ୍ଥଳରେ ୫ ଯାତ୍ରୀଙ୍କ ମୃତ୍ୟୁ ହୋଇଯାଇଛି। ଭୁବନେଶ୍ବରରୁ ମୁମ୍ବାଇ ଅଭିମୁଖେ ଯାଉଥିବା କୋଣାର୍କ ଏକ୍ସପ୍ରେସ୍‌ ଯାତ୍ରୀମାନଙ୍କୁ ଧକ୍କା ଦେଇଥିଲା। ଏହି  ଘଟଣାରେ ଜଣେ ଗୁରୁତର ଅଛନ୍ତି। ତାଙ୍କୁ ଶ୍ରୀକାକୁଲମ ମେଡିକାଲ୍‌‌ରେ ଭର୍ତ୍ତି କରାଯାଇଛି। କୋଇମ୍ବାଟୁରରୁ ସିଲଚର ଏକ୍ସପ୍ରେସ ଶ୍ରୀକାକୁଲମରେ ବ୍ରହ୍ମପୁର ଆଡ଼କୁ ଆସୁଥିବା ବେଳେ ବିଶାଖାପାଟଣା-ପଲାସା ମଝିରେ ଥିବା ସିଗଦାମ-ଚେପୁରାପଲ୍ଲୀ ନିକଟରେ କିଛି ଯାତ୍ରୀ ‌ଚେନ୍‌ ପୁଲିଂ କରି ଗାଡ଼ିରୁ ଓହ୍ଲାଇଥିଲେ। ୬ ଜଣ ଯାତ୍ରୀ ଟେନ୍‌ରୁ ଓହ୍ଲାଇ ରେଳ ଲାଇନ୍‌ ପାର ହେବାକୁ ଉଦ୍ୟମ କରୁଥିବା ବେଳେ ସେହି ସମୟରେ ବ୍ରହ୍ମପୁର ପଟୁ ମୁମ୍ବାଇ ଯାଉଥିବା କୋଣାର୍କ ଏକ୍ସପ୍ରେସ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା। ବରିଷ୍ଠ ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।  

Powered by Froala Editor