ସମ୍ବଲପୁର: ପଞ୍ଚାୟତ ନିର୍ବାଚନ ସମୟରେ ପେଟ୍ରୋଲ୍ ପକାଇବାରେ ଠକେଇ କରିଥିବା ଅଭିଯୋଗରେ ସମ୍ବଲପୁର ଜିଲ୍ଲା ତିନି ଜଣ କନଷ୍ଟେବଲଙ୍କୁ ନିଲମ୍ବିତ କରାଯାଇଛି। ସରକାରୀ ଗାଡିରେ ତେଲ ପକାଇବାରେ ଓଭର ବିଲିଂ ଅଭିଯୋଗରେ ଆଜି ୩ଜଣ କନ୍ଷ୍ଟେବଲ ନିଲମ୍ବିତ ହୋଇଛନ୍ତି। ସେମାନେ ଚଞ୍ଚକତା କରି ଓଭର ବିଲିଂ କରିଥିଲେ। ଏଥିପାଇଁ ମୋଟର ଭେଇକିଲ ବିଭାଗର ୩ ଜଣ କନ୍ଷ୍ଟେବଲଙ୍କୁ ଜିଲ୍ଲା ଏସପି ନିଲମ୍ବିତ କରିଛନ୍ତି।
୩ କନଷ୍ଟେବଲ୍ ତେଲ ବିଲ୍ ଓ ମିଟର ରିଡିଂ ଠିକ୍ ଭାବେ କରିନଥିବା ମଧ୍ୟ ଅଭିଯୋଗ ହୋଇଛି । କନଷ୍ଟେବଲଙ୍କୁ ନିଲମ୍ବନ ପରେ ଘଟଣାର ତଦନ୍ତ ଜାରି ରହିଛି ।
Powered by Froala Editor
