ଦେଶରେ ପୁଣି ବଢ଼ୁଛି କରୋନା, ୨୪ ଘଣ୍ଟାରେ ୨,୦୬୭ ସଂକ୍ରମିତ ଚିହ୍ନଟ

ଦେଶରେ ପୁଣି ବଢ଼ୁଛି କରୋନା, ୨୪ ଘଣ୍ଟାରେ ୨,୦୬୭ ସଂକ୍ରମିତ ଚିହ୍ନଟ

ଜାତୀୟ ଖବର

ନୂଆଦିଲ୍ଲୀ: ଦେଶରେ ପୁଣି ଆତଙ୍କ ଖେଳାଇଛି କୋରୋନା । ଦିନକୁ ଦିନ ବଢୁଥିବା ସଂକ୍ରମଣ ମାମଲା ଚିନ୍ତା ବଢାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୨,୦୬୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କିଛି ଦିନ ହେଲା କମୁଥିବା କୋରୋନା ଜନିତ ମୃତ୍ୟୁସଂଖ୍ୟା ମଧ୍ୟ ଆଜି ପୁଣି ବୃଦ୍ଧି ପାଇଛି । ୨୪ ଘଣ୍ଟାରେ ଦେଶରେ ୪୦ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ଏବଂ ୧,୫୪୭ ଜଣ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟ ଅନୁଯାୟୀ, ଆଜିର ନୂତନ ସଂକ୍ରମଣକୁ ମିଶାଇ ବର୍ତ୍ତମାନ ଦେଶରେ ମୋଟ ୧୨,୩୪୦ଟି ସକ୍ରିୟ ମାମଲା ରହିଛି । ଏବେ ଦେଶର ଦୈନିକ ପଜିଟିଭ ହାର ୦.୪୯ ପ୍ରତିଶତକୁ ବୃଦ୍ଧି ପାଇଛି । ଏଯାବତ୍ ୪,୨୫,୧୩,୨୪୮ ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ ୫,୨୨,୦୦୬ ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ ୧୮୬ କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୮୩.୨୯ଟି କୋରୋନା ଟେଷ୍ଟ ହୋଇଛି ।


Powered by Froala Editor