ଦଳିତ ଛାତ୍ରଙ୍କୁ ପାଦ ଚଟାଇବା ଘଟଣାରେ ୬ ଗିରଫ

ଦଳିତ ଛାତ୍ରଙ୍କୁ ପାଦ ଚଟାଇବା ଘଟଣାରେ ୬ ଗିରଫ

ଜାତୀୟ ଖବର

ଲକ୍ଷ୍ନୌ: ଜଣେ ଦଶମ ଶ୍ରେଣୀ ଦଳିତ ଛାତ୍ରକୁ ମାଡ ମାରି ତାକୁ ପାଦ ଚାଟିବାକୁ ବାଧ୍ୟ କରାଯିବା ଘଟଣାର ଏକ ଭିଡିଓ ଭାଇରାଲ ହେବା ପରେ ଏହାକୁ ଭିତ୍ତି କରି ରାଏବରେଲି ପୁଲିସ୍ ଅନୂ୍ୟନ ଛଅ ଜଣଙ୍କୁ ଗିରଫ କରିଛି । ସାମାଜିକ ଗଣମାଧ୍ୟମରେ ଭିଡିଓ ଭାଇରାଲ ହେବା ପରେ ଜିଲ୍ଲା ପୁଲିସ୍ ମୁଖ୍ୟ ପାଞ୍ଚୋଟି ଦଳ ଗଠନ କରି ପୀଡିତର ସନ୍ଧାନ ନେବାକୁ ପଠାଇଥିଲେ ଏବଂ ତ୍ୱରିତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ରାଏବରେଲି ଏସପି ଶ୍ଳୋକ କୁମାର କହିଛନ୍ତି, ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛି ଜଣେ ନାବାଳକ ଏବଂ ତାକୁ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି । 

ଅନ୍ୟ ୫ଜଣ ହେଉଛନ୍ତି, ଅଭିଷେକ, ବିକାଶ ପାସି, ମହେନ୍ଦ୍ର କୁମାର, ହ୍ରିଥିକ ସିଂହ, ଅମନ ସିଂହ ଏବଂ ୟଶ ପ୍ରତାପ । ସେମାନଙ୍କୁ ଗିରଫ କରାଯାଇଛି । ଦଳିତ ଛାତ୍ରଟି ଏକା ସ୍କୁଲର ପୁରାତନ ଛାତ୍ରଙ୍କ ଆଗରେ ମୁଣ୍ଡ ନ ନୁଆଇଁବାରୁ ତାକୁ ନିର୍ୟାତନା ଦିଆଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ଆଉ ଏକ ଘଟଣାରେ ବାରବାଙ୍କିର ଜଣେ ୧୩ ବର୍ଷୀୟା ବାଳିକାର ହାତ ଓ ପାଦକୁ ବାନ୍ଧି ଜଣେ ଦୋକାନୀ ଶକ୍ତ ଚାପୁଡା ମାରିବାର ଭିଡିଓ ମଧ୍ୟ ଭାଇରାଲ ହୋଇଛି । ବାରବାଙ୍କି ଏସପି ଅନୁରାଗ ବସô କହିଛନ୍ତି ଯେ, ଏ ବାବଦରେ ଏକ ମାମଲା ରୁଜୁ କରାଯିବା ସହ ଅଭିଯୁକ୍ତ ଦୋକାନୀ ସର୍ବଜିତ୍ ଓ ତାଙ୍କ ସହଯୋଗୀ କରଣଙ୍କୁ ଗିରଫ କରାଯାଇଛି । 

Powered by Froala Editor