ଟି. ରାମା ରାଓ ଆଉ ନାହାନ୍ତି

ଟି. ରାମା ରାଓ ଆଉ ନାହାନ୍ତି

ଜାତୀୟ ଖବର

ଚେନ୍ନାଇ: ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦେଶକ ତଥା ପ୍ରଯୋଜକ ଟି. ରାମା ରାଓଙ୍କର ଚେନ୍ନାଇରେ ଦେହାନ୍ତ ହୋଇଯାଇଛି। ତାଙ୍କୁ ୮୩ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁରେ ସିନେ ଜଗତରେ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।

ତେଲୁଗୁ, ତାମିଲ ଏବଂ ହିନ୍ଦୀ ଚଳଚ୍ଚିତ୍ର ଶିଳ୍ପରେ ଟି. ରାମା ରାଓ ଏକ ପରିଚିତ ନାଁ। ଅମିତାଭ ବଚ୍ଚନ ଓ ଶ୍ରୀଦେବୀଙ୍କଠାରୁ ଆରମ୍ଭ କରି ଏନ୍‌ଟିଆର୍‌ ଓ ଏଏନ୍‌ଆର୍‌ଙ୍କ ଭଳି ଭାରତର ଶ୍ରେଷ୍ଠ ଅଭିନେତା ଅଭିନେତ୍ରୀମାନଙ୍କ ସହିତ ସେ କାର୍ଯ୍ୟ କରିଥିଲେ। ଅନ୍ଧା କାନୁନ୍‌,ଏକ୍‌ ହି ଭୁଲ୍‌, ମୁଝେ ଇନ୍‌ସାଫ୍‌ ଚାହିଏ, ଜୁଦାଇ, ନାଚେ ମୟୂରୀ, ଜନ୍‌ ଜାନି ଜନାର୍ଦ୍ଦନ, ରାବଣରାଜ୍‌, ହାତ୍‌କଡ଼ି, ଜଙ୍ଗ୍‌ ଓ ମୁକାବିଲା ଭଳି ସୁପରହିଟ ଫିଲ୍ମ ନିର୍ମାଣ କରି ସେ ବଲିଉଡରେ ବେଶ ଲୋକପ୍ରିୟ ହୋଇଥିଲେ। ଆଜି ସନ୍ଧ୍ୟାରେ ଚେନ୍ନାଇରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।

Powered by Froala Editor