ଯୁବ କଂଗ୍ରେସ ନେତା ଜିଗ୍ନେଶ ମେୱାନୀ ଗିରଫ

ଯୁବ କଂଗ୍ରେସ ନେତା ଜିଗ୍ନେଶ ମେୱାନୀ ଗିରଫ

ଜାତୀୟ ଖବର

ନୂଆଦିଲ୍ଲୀ:ଗୁଜରାଟ କଂଗ୍ରେସ ନେତା ଜିଗ୍ନେଶ ମେୱାନୀଙ୍କୁ ଆସାମ ପୁଲିସ ଗିରଫ କରିଛି। ତାଙ୍କୁ ପାଲନପୁର ସର୍କିଟ ହାଉସ୍ରୁ ବୁଧବାର ରାତି ୧୧ଟା ୩୦ରେ ପୁଲିସ ଗିରଫ କରିଛି। ଗୁଜରାଟର ଭଡଗାମର ବିଧାୟକ ଜିଗ୍ନେଶଙ୍କୁ ଆସାମକୁ ନିଆଯାଇଛି। ଗୋଟିଏ ବିବାଦୀୟ ଟ୍ୱିଟ୍ ପାଇଁ ତାଙ୍କୁ ଅଟକ ରଖାଯାଇଛି॥ୟଗ୍ଦ ଭଚ୍ଚ

ମେୱାନୀଙ୍କ ଗିରଫଦାରୀକୁ ତାଙ୍କ ସମର୍ଥକମାନେ ଘୋର ବିରୋଧ କରିଛନ୍ତି। ସେମାନେ ଆଜି ରାଜଧାନୀ ଦିଲ୍ଲୀରେ ଆନ୍ଦୋଳନ କରିବେ।  ସମ୍ବିଧାନ ବଞ୍ଚାଅ ଏବଂ ଦେଶ ବଞ୍ଚାଅ ନାରା ଦେଇ ଜିଗ୍ନେଶଙ୍କ ସମର୍ଥକମାନେ ଆଜି ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରିବେ।

୨୦୧୭ ଗୁଜରାଟ ବିଧାନସଭା ନିର୍ବାଚନ ସମୟରେ ଜିଗ୍ନେଶ ମେୱାନୀ କଂଗ୍ରେସର ବଳ ଥିଲେ। ଗୁଜରାଟରେ କଂଗ୍ରେସର ଭୋଟ୍ ବୃଦ୍ଧି କରିବାରେ ଜିଗ୍ନେଶଙ୍କ ବଳିଷ୍ଠ ଭୂମିକା ରହିଛି।  ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରସରକାରଙ୍କୁ ଉଚିତ ଢଙ୍ଗରେ ଘେରି ଜାତୀୟ ରାଜନୀତିରେ ଜିଗ୍ନେଶ ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତି।

Powered by Froala Editor