ଦିଲ୍ଲୀରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

ଦିଲ୍ଲୀରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

ଜାତୀୟ ଖବର

ନୂଆଦିଲ୍ଲୀ: ଦିଲ୍ଲୀର ଜଣେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବୁଧବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି। ମୃତକ ଜଣକ ହେଛନ୍ତି ୪୨ ବର୍ଷୀୟ ଜିତୁ ଚୌଧୁରୀ। ଦିଲ୍ଲୀର ମୟୁର ବିହାର ଫେଜ୍ ୩ରେ ଜିତୁ ତାଙ୍କ ପରିବାର ସହ ରହୁଥିଲେ। ତେବେ ଗତକାଲି ସନ୍ଧ୍ୟାରେ ତାଙ୍କ ବାସଭବନ ଆଗରୁ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ଜିତୁଙ୍କୁ ଉଦ୍ଧାର କରାଯାଇଛି। ଜିତୁଙ୍କ ଦେହରେ ଗୁଳି ବାଜିଥିବା ପୁଲିସ କହିଛି।ଇୟଗ୍ଦ ଭଚ୍ଚ

ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣାସ୍ଥଳରୁ କିଛି ଖୋକା ଜବତ କରାଯାଇଛି । ପୁଲିସ ସିସିଟିଭି ଯାଞ୍ଚ କରି ଅପରାଧୀଙ୍କୁ ଖୋଜିବାକୁ ଉଦ୍ୟମ କରୁଛି ।

କେଉଁ କାରଣ ପାଇଁ ଏହି ହତ୍ୟାକାଣ୍ଡ ଘଟିଲା ଏବଂ ଏହାପଛରେ କେଉଁମାନେ ଅଛନ୍ତି ତାହା ଜଣାପଡ଼ି ନାହିଁ।

Powered by Froala Editor