ରାୟପୁର: ଦୁର୍ଘଟଣା ପରେ କାରରେ ଲାଗିଲା ନିଆଁ । ଏଥିରେ କାର୍ରେ ଥିବା ୫ ଜଣ ଜୀବନ୍ତ ଦଗ୍ଧ ହୋଇଗଲେ। ମୃ୍ତକ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ଏଭଳି ଘଟଣା ଘଟିଛି ଛତିଶଗଡର ରଜନନ୍ଦଗାଓଁ ଜିଲ୍ଲାରେ । ଏନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୩ ଜଣ ଶିଶୁ ରହିଥିବା ଜଣାପଡିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇନଥିବା ବେଳେ ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।
Powered by Froala Editor
