ନୂଆପଡା: ଖାଇପିଇ ଶୋଇଥିଲେ ମା- ଝିଅ। ଦଂଶନ କଲା ସାପ। ଏଭଳି ଅଭାବନୀୟ ଘଟଣା ନୂଆପଡ ଜିଲ୍ଲାର କେନ୍ଦୁବାହାର ଗାଁ ଘଟଛି।
ସୂଚନା ମୁତାବିକ,ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା କେନ୍ଦୁବାହାରା ଗାଁରେ ଗତରାତିରେ ଖାଇ ସାରିବା ପରେ ମା- ଝିଅ ଏକାଠି ଶୋଇଥିଲେ। ଏହି ସମୟରେ ହଠାତ ଏକ ବିଷଧର ସାପଟି ନାବାଳିକା ଝିଅକୁ କାମୁଡିଥିଲା। ଝିଅଟି ଛାଟିପଟି ହେବାରୁ ପାଖରେ ଶୋଇଥିବା ମା ଉଠିପଡିଥିଲେ। ସେ ସାପଟିକୁ ଘଉଡାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସାପଟି ଓଲଟି ପଡି ମାଆଙ୍କୁ ଚୋଟ ମାରିଥିଲା।ଯାହାଫଳରେ ମାଆ ଓ ଝିଅ ଗୁରୁତର ହୋଇଥିଲେ । ତୁରନ୍ତ ତାଙ୍କୁ ସେଠାରୁ ଉଦ୍ଧାର କରି ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ଅବସ୍ଥାରେ ଗୁରୁତର ଥିବାରୁ ବୁର୍ଲା ସ୍ଥିତ ମେଡିକାଲକୁ ସ୍ଥାନାନ୍ତରିତ କରାଯାଉଥିଲା । ହେଲେ ଅଧାରାସ୍ତାରେ ମାଆ ଓ ଝିଅଙ୍କର ମୃତ୍ୟୁ ହୋଇଯାଇଛି । ପରେ ଡାକ୍ତର ତାଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ।
Powered by Froala Editor
