ରାଞ୍ଚି : ବହୁ ଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତିର ଡୋରଣ୍ଡା ଟ୍ରେଜେରୀ ମାମଲାରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଶୁକ୍ରବାର ଜାମିନ ମିଳିଛି। ଝାଡ଼ଖଣ୍ଡ ହାଇକୋର୍ଟ ଏହି ଜାମିନ ପ୍ରଦାନ କରିଛନ୍ତି। ୧୯୯୦ରୁ ୧୯୯୫ ମଧ୍ୟରେ ଡୋରଣ୍ଡା ଟ୍ରେଜେରୀରୁ ୧୩୯ କୋଟି ଟଙ୍କା ହେରଫେର ଅଭିଯୋଗ ହୋଇଥିଲା। ପ୍ରାୟ ୨୭ ବର୍ଷ ପରେ, ଚଳିତ ବର୍ଷ ଫେବୃଆରୀରେ କୋର୍ଟ ଏହି ଘୋଟାଲା ଉପରେ ନିଜର ରାୟ ଦେଇଥିଲେ। ଏଥିରେ ଲାଲୁ ଯାଦବ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହି ମାମଲାରେ ଲାଲୁଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ ଏବଂ ୬୦ ଲକ୍ଷ ଟଙ୍କା ଜୋରିମନା ହୋଇଥିଲା।
ଏହାପୂର୍ବରୁ ଚାରା ଘୋଟାଲାର ୪ଟି ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କୁ କୋର୍ଟ ମୋଟ ୨୭ ବର୍ଷ ସଜା ଶୁଣାଇଛନ୍ତି । ଏଥିସହିତ ୧ କୋଟି ଟଙ୍କାର ଜୋରିମାନା ମଧ୍ୟ ଲଗାଇଛନ୍ତି।
ଏଥିମଧ୍ୟରୁ ଡୋରାଣ୍ଡା ଟ୍ରେଜେରୀ ମାମଲାରେ ମୋଟ ୧୭୦ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୫୫ ଜଣଙ୍କ ମୃତ୍ୟୁ ହୋଇସାରିଛି । ୨୦୦୧ରେ ଲାଲୁ ଯାଦବଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ପକ୍ଷରୁ ଚାର୍ଜସିଟ ଦାଖଲ କରାଯାଇଥିଲା ଏବଂ ୨୦୦୫ରେ ଚାର୍ଜଫ୍ରେମ ପ୍ରସ୍ତୁତ କରାଯାଇଥିଲା।
Powered by Froala Editor
