କାହିଁକି ରାଗିଲେ ଅପରାଜିତା?

କାହିଁକି ରାଗିଲେ ଅପରାଜିତା?

ରାଜନୀତି

 ଭୁବନେଶ୍ୱର : ରାଗି ଯାଇଛନ୍ତି ଅପରାଜିତା। ତେବେ ଏବେ ଦଳ ଭିତରର ଅସନ୍ତୋଷକୁ ନୁହେଁ, ସାମାଜିକ ଗଣମାଧ୍ୟମରେ ତାଙ୍କର ଦଳବଦଳକୁ ନେଇ ଚାଲିଥିବା ଆଲୋଚନାକୁ ନେଇ ରାଗିଛନ୍ତି। ସମ୍ପ୍ରତି କେତେକ ଗଣମାଧ୍ୟମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆମ ଆଦମୀ ପାର୍ଟି ଯିବେ ବୋଲି ଚର୍ଚ୍ଚା ହେଉଛି  । ବିଜୟ ମହାପାତ୍ର, ଶ୍ରୀକାନ୍ତ ଜେନା, ଦିଲ୍ଲୀପ ରାୟ ଓ ଅପରାଜିତାଙ୍କ ଭଳି କେତେକ ନେତା ଓ ନେତ୍ରୀ ଆପରେ ଯୋଗଦେବା ସହ ୨୦୨୪ ପାଇଁ ବ୍ଲୁପ୍ରିଂଟ ପ୍ରସ୍ତୁତ କରିବେ ବୋଲି ଉଡ଼ାଖବର ଘୁରିବୁଲୁଛି  । ତେବେ ଏଭଳି ଉଡ଼ା ଖବରକୁ ନେଇ ଫିଡ଼ିକି ଯାଇଛନ୍ତି ସାଂସଦ  ।

ଫେସବୁକରେ ଏଭଳି ଖବରକୁ ସାଂସଦଙ୍କ ସମର୍ଥକମାନେ କାଉଂଟର କରିଛନ୍ତି  । ଅପରାଜିତା ଷଡ଼ଙ୍ଗୀ ଫ୍ୟାନ କ୍ଲବରେ ଏନେଇ କୁହାଯାଇଛିଯେ, ବିଗତ ଅଠଚାଳିଶ ଘଂଟା ମଧ୍ୟରେ କିଛି ଗଣମାଧ୍ୟମ ଦ୍ୱାରା ସତ୍ୟ ଆଧାରିତ ନଥିବା ଖବର ପ୍ରକାଶ ପାଇଛି  । (ସୂଚନାଯୋଗ୍ୟଯେ, କେତେକ ଗଣମାଧ୍ୟମରେ ଅପରାଜିତା ବିଜେପିରେ ଅଣନିଃଶ୍ୱାସୀ ହୋଇଯାଇଥିବାରୁ ଆମ ଆଦମୀ ପାର୍ଟିରେ ଯୋଗଦେବେ ବୋଲି ଖବର ପ୍ରକାଶ ପାଇଛି  ।)

ହଠାତ କେତେକ ନିର୍ଦ୍ଧିଷ୍ଟ ୱେବଚ୍ୟାନେଲ ଓ ୟୁଟୁ୍ୟବ ଚ୍ୟାନେଲରେ ପ୍ରକାଶିତ ହୋଇଥିବା ଖବର ତଥ୍ୟ ଓ ସତ୍ୟ ଠାରୁ ବହୁ ଦୂରରେ  । ଏହାପଛରେ କାହାର ମନ୍ଦ ଉଦେ୍ଧଶ୍ୟ ରହିନାହିଁ କି ? ସେହିପରି କିଏ ସେହି ବ୍ୟକ୍ତି ବା ଅନୁଷ୍ଠାନ ? ବୋଲି ମଧ୍ୟ ତାଙ୍କର ସମର୍ଥକମାନେ ପ୍ରଶ୍ନ ଉଠାଇଛନ୍ତି  । ଏହି ବିଫଳ ପ୍ରୟାସ ଦ୍ୱାରା ଅପରାଜିତାଙ୍କ ଲୋକପ୍ରିୟତା ବଢ଼ିଥିବାବେଳେ ଚ୍ୟାନେଲ ପଛରେ ରହି ଖବର ପରିବେଷଣ କରୁଥିବା ବ୍ୟକ୍ତିମାନଙ୍କୁ ଧନ୍ୟବାଦ ଦିଆଯାଇଛି  । ଅପରାଜିତାଙ୍କ ସମର୍ଥକମାନେ ଏଭଳି ତାତ୍ସଲ୍ୟ କରିଛନ୍ତି  ।

ଅପରାଜିତା ଆପ ଯିବେ କି ନାହିଁ ତ ଅଲଗା କଥା, କିନ୍ତୁ କାଳିଗାଈର ଭିନ୍ନ ଗୋଠ ଭଳି ଅପରାଜିତା ଏବେ ବିଜେପି ଶିବିରରେ ପ୍ରାୟତଃ ଏକଘରକିଆ ହୋଇଯାଇଛନ୍ତି  । ଦଳର ସଭାପତିଙ୍କ ଠାରୁ ନେଇ ବହୁ ବରିଷ୍ଠ ନେତାମାନେ ତାଙ୍କ ଠାରୁ ଦୂରେଇ ଯାଇଛନ୍ତି  । ଏହାକୁ ଅପରାଜିତା ମିଥ୍ୟା ଖବର ବା ତଥ୍ୟଭିତିକ ନୁହେଁ ବୋଲି କହିପାରିବେ ନାହିଁ  ।

Powered by Froala Editor