ନୟାଗଡ଼: ଓପିଡି ନ ଯାଇ ସେହି ସମୟରେ ସରକାରୀ କ୍ୱାର୍ଟର୍ସରେ ଦେଖୁଥିଲେ ରୋଗୀ। ରୋଗୀ ପିଛା ନେଉଥିଲେ ୩ଶହ ଟଙ୍କା । ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଆଶିଷ ଦୀକ୍ଷିତଙ୍କ ରୋଗୀ ସେବା ସମୟରେ ଏପରି ଭାବେ ବେପାର ଚଳାଇଥିବା ବେଳେ ଆଜି ତାଙ୍କ କ୍ଲିନିକ ଉପରେ ଚଢ଼ାଉ କରିଥିଲେ ସିଡିଏମ୍ଓ ।
ଆଜି ପ୍ରାୟ ସକାଳ ସାଢେ ୭ଟା ପରେ ଡାକ୍ତର ଆଶିଷ ଦୀକ୍ଷିତଙ୍କ ସରକାରୀ କ୍ୱାର୍ଟର୍ସ ସମ୍ମୁଖରେ ଦେଖିବାକୁ ମିଳିଥିଲା ଅସମ୍ଭବ ଭିଡ଼ । ପ୍ରାୟ ୧୦୦ ପାଖାପାଖି ଲୋକେ ସେଠାରେ ରୁଣ୍ଡ ହୋଇଥିଲେ। ଉକ୍ତ ସମୟରେ ସିଡିଏମ୍ଓ ମକରନ୍ଦ ବେଉରା ପୁଲିସ୍ ଟିମ୍ ସହ ହଠାତ୍ ଡାକ୍ତରଙ୍କ କ୍ଲିନିକ ଉପରେ ଚଢ଼ାଉ କରିଥିଲେ। ଉକ୍ତ କ୍ଲିନିକରେ କାର୍ୟ୍ୟରତ ଡାକ୍ତରଙ୍କ ୨ ବ୍ୟକ୍ତିଗତ ସହଯୋଗୀଙ୍କୁ ମେଡିକାଲ ଫାଣ୍ଡିରେ ଅଟକ ରଖିଛି ପୁଲିସ୍ ।
Powered by Froala Editor
