ଶ୍ରୀମନ୍ଦିର ପରିକ୍ରମା ନେଇ ଗଜପତି କଣ କହିଲେ

ଶ୍ରୀମନ୍ଦିର ପରିକ୍ରମା ନେଇ ଗଜପତି କଣ କହିଲେ

ରାଜ୍ୟ ଖବର

ଭୁବନେଶ୍ୱର : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ବିବାଦ ବଢ଼ିବାରେ ଲାଗିଛି  । ଏନେଇ ରାଜନୀତିକ ପାରଦ ଉପରକୁ ଉଠିଥିବାବେଳେ କେତେକ ଅନୁଷ୍ଠାନ ପକ୍ଷରୁ ଏହାକୁ ବିରୋଧ କରାଯାଉଥିବା ଦେଖିବାକୁ ମିଳୁଛି  । ଅପରପକ୍ଷରେ ଏନେଇ ଆଜି ମୁହଁ ଖୋଲିଛନ୍ତି ଗଜପତି ମହାରାଜ  । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ସମସ୍ତେ ସହଯୋଗ କରିବା ଦରକାର  । ମହାପ୍ରଭୁ କାର୍ଯ୍ୟରେ କେହି ବାଧାସୃଷ୍ଟି କରିବା ଉଚିତ ନୁହେଁ  । ଶ୍ରୀମନ୍ଦିର ସୁରକ୍ଷିତ ଅଛି ବୋଲି ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଛନ୍ତି।

ସୂଚନାଯୋଗ୍ୟଯେ, ଶ୍ରୀମନ୍ଦିରର ୧୦୦ ମିଟର ପରିଧି ମଧ୍ୟରେ ବଡ଼ ବଡ଼ ଗାତ ଖୋଳା ଯାଉଥିବାରୁ ଉଦବେଗ ପ୍ରକାଶ ପାଇଥିଲା  । ଏମିତିକି ଖନନ ପାଇଁ ବ୍ୟବହୃତ ଭାଇବ୍ରେଟର ଯୋଗୁଁ ଶ୍ରୀମନ୍ଦିରରେ ଫାଟ ସୃଷ୍ଟି ହୋଇଥିବା ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ସହ ଆଲୋଡ଼ନ ସୃଷ୍ଟି ହୋଇଥିଲା  । ସଂସଦରେ ମଧ୍ୟ ଏହି ପ୍ରସଙ୍ଗ ଉଠିବା ସହ ବିଜେଡ଼ି ଓ ବିଜେପି ମୁହାଁମୁହିଁ ହୋଇଥିଲେ  । ପରେପରେ କେତେକ ସାମାଜିକ ସଂଗଠନ ମଧ୍ୟ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଆନେ୍ଦାଳନ କରିବା ସହ କଥା ହାଇକୋର୍ଟରେ ପହଁଚିଥିଲା  । ହାଇକୋର୍ଟ ମାମଲାର ଶୁଣାଣୀ କରି ଏଏସଆଇ ଠାରୁ ରିପୋର୍ଟ ତଲବ କରିଛନ୍ତି  ।

Powered by Froala Editor