ଭୁବନେଶ୍ୱର: ଏବେ ଡହଡହ ଖରାକୁ ବିଜୁଳି କାଟ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ରାଜ୍ୟରେ ନିରବଚ୍ଛିନ୍ନ ବିଦୁ୍ୟତ ଯୋଗାଣ ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିଦେ୍ର୍ଧଶ ଦେଇଛନ୍ତି । ବିଦୁ୍ୟତକାଟ ଜନିତ ସମସ୍ୟା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ମୁଖ୍ୟ ଶାସନ ସଚିବ ଏହି ନିଦେ୍ର୍ଧଶ ଦେଇଛନ୍ତି । ସବୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳକୁ ବିଦ୍ୟୁତ ଯୋଗାଣ ନିଶ୍ଚିତ କରିବାକୁ ଶ୍ରୀ ମହାପାତ୍ର ନିଦେ୍ର୍ଧଶ ଦେଇଛନ୍ତି । ହିଟୱେଭ ଓ ପିଲାଙ୍କ ପରୀକ୍ଷାକୁ ଦୃଷ୍ଟିରେ ରଖି ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ବିଦୁ୍ୟତ ବିତରଣ କମ୍ପାନୀଗୁଡ଼ିକୁ ଶ୍ରୀ ମହାପାତ୍ର ନିଦେ୍ର୍ଧଶ ଦେଇଛନ୍ତି ।
ଏହି ପରିପ୍ରେକ୍ଷୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ ବିଦ୍ୟୁତ ଯୋଗାଣରେ ଯାହା ବି ସମସ୍ୟା ରହିଛି ତାହା ସାମୟିକ । ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହ ଯୋଗୁଁ ବିଦୁ୍ୟତ ଚାହିଦା ବଢୁଛି । ପିକ ସମୟରେ ୧୦ ପ୍ରତିଶତ ଅଧିକ ବିଦ୍ୟୁତ ଚାହିଦା ରହୁଛି । ଦିନ ବେଳା ବିଦୁ୍ୟତ ଯୋଗାଣରେ କୌଣସି ଅସୁବିଧା ନହେଉ ବୋଲି କହି ସବୁ ବିଦ୍ୟୁତ ଉତ୍ପାଦନକାରୀ ସଂସ୍ଥାକୁ କୋଇଲା ଯୋଗାଇବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିଦେ୍ର୍ଧଶ ଦେଇଛନ୍ତି ।
Powered by Froala Editor
