ଆଜି ୨୦୨୨ର ପ୍ରଥମ ସୂର୍ୟ୍ୟପରାଗ, ଜାଣନ୍ତୁ ଦେଖିପାରିବେ କେଉଁ ଦେଶ

ଆଜି ୨୦୨୨ର ପ୍ରଥମ ସୂର୍ୟ୍ୟପରାଗ, ଜାଣନ୍ତୁ ଦେଖିପାରିବେ କେଉଁ ଦେଶ

ଜାତୀୟ ଖବର

ନୂଆଦିଲ୍ଲୀ: ଆଜି ହେବାକୁ ଯାଉଛି ୨୦୨୨ର ପ୍ରଥମ ସୂର୍ୟ୍ୟ ପରାଗ। ଭାରତୀୟ ସମୟ ଅନୁସାରେ ୩୦ ଏପ୍ରିଲ ଅର୍ଥାତ୍ ଆଜି ରାତି ୧୨.୧୫ ରୁ ୧ ମେ ସକାଳ ୪ଘଣ୍ଟା ୭ ମିନିଟ ପର୍ୟ୍ୟନ୍ତ ଏହି ପରାଗ ଭାରତରେ ଦେଖିବାକୁ ମିଳିବ। ଏହି ଆଶିଂକ ସୂର୍ୟ୍ୟ ପରାଗ ଆଣ୍ଟାର୍କଟିକା, ଆଣ୍ଟଲାଟିକ, ପ୍ରଶାନ୍ତ ମହାସାଗର ଓ ଦକ୍ଷିଣ ଆମେରିକାର ଦକ୍ଷିଣ ପଶ୍ଚିମ କ୍ଷେତ୍ରରେ ଦେଖିବାକୁ ମିଳିବ। କୁହାଯାଉଛି ଯେ, ଏହି ସୂର୍ୟ୍ୟ ପରାଗ ଭାରତରେ ଦେଖିବାକୁ ମିଳିବନି, ତେବେ ଏହାକୁ ନେଇ ଏଠାରେ କୌଣସି ଧାର୍ମିକ ପ୍ରଭାବ ପଡ଼ିବନି ବୋଲି ଜ୍ୟୋତିର୍ବିତ ମାନେ କହିଛନ୍ତି। ବିଶେଷ କରି ରାତିରେ ମନ୍ଦିର ଗୁଡ଼ିକ ବନ୍ଦ ରହିଥିବା ବେଳେ, ପରାଗ ସମୟରେ ଆଉ ମନ୍ଦିର ବନ୍ଦ କରିବାର ଆବଶ୍ୟକତା ପଡ଼ିବ ନାହିଁ।

ଭାରତୀୟ ପୁରାଣର ବିଶ୍ବାସ ଅନୁଯାୟୀ, ଚନ୍ଦ୍ରଗ୍ରହଣ ସମୟରେ ମନ୍ଦିର ଗୁଡିକରେ ଖାଦ୍ୟ ଏବଂ ଦର୍ଶନ ନିଷେଧ ହୋଇଥାଏ।  ଚନ୍ଦ୍ରଗ୍ରହଣ ସମାପ୍ତ ହେବା ପରେ ନଦୀ, ଘର କିମ୍ବା ପୋଖରୀରେ ଗାଧୋଇବା ପରେ କିଛି ଦାନ କରି ପୂର୍ଣ୍ୟ ଅର୍ଜନ କରିବାର ଏକ ବିଶେଷ ମହତ୍ବ ରହିଛି।  ଯେହେତୁ ଏହା ଏକ ଆଂଶିକ ସୂର୍ୟ୍ୟ ଗ୍ରହଣ, ଯେଉଁ ଦେଶରେ ଏହା ଦୃଶ୍ୟମାନ ହେବ, ପ୍ରାୟ ୬୫ ପ୍ରତିଶତ ସୂର୍ୟ୍ୟ ଚନ୍ଦ୍ର ଦ୍ୱାରା ଆଚ୍ଛାଦିତ ହେବେ। ଯେତେବେଳେ ଚନ୍ଦ୍ର, ସୂର୍ୟ୍ୟ ଏବଂ ପୃଥିବୀ ମଧ୍ୟରେ ଆସେ ଏବଂ ପୃଥିବୀ ଉପରେ ସୂର୍ୟ୍ୟକିରଣକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଅବରୋଧ କରେ ସେତେବେଳେ ଏହି ସୂର୍ୟ୍ୟ ଗ୍ରହଣ ହୁଏ। ଚନ୍ଦ୍ର ସୂର୍ୟ୍ୟଙ୍କୁ ସମ୍ପୂର୍ଣ୍ଣ ରୂପେ ଆଚ୍ଛାଦନ କଲାବେଳେ ପୂର୍ଣ୍ଣ ସୂର୍ୟ୍ୟ ଗ୍ରହଣ ହୁଏ।


Powered by Froala Editor