ଭୁବନେଶ୍ୱର: ଦିନରେ ଗରମ ରାତିରେ କାଳବୈଶାଖୀ। ଗୁରୁବାର ୧୦ ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି । ଘନଘନ ବିଜୁଳି ଓ ଘଡ଼ଘଡ଼ି ମାଡ଼ରେ ଏସବୁ ଅଞ୍ଚଳ ଥରିଉଠୁଛି । ବଜ୍ରାଘାତରେ କାମାକ୍ଷାନଗରରେ ୨ଜଣଙ୍କର ମୃତୁ୍ୟ ହୋଇଛି । ଖାଲି ବିଜୁଳି ନୁହେଁ, ଜୋର ପବନ ସହ ନିର୍ଧୁମ ବର୍ଷା ବି ହୋଇଛି ।
ଗୁରୁବାର ଅପରାହ୍ଣରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଛି । କାଳବୈଶାଖୀ ଯୋଗୁ ଘଡ଼ଘଡ଼ି ସହ ବର୍ଷା ଓ ପବନ ହେବ ବୋଲି ଅପରାହ୍ଣ ୪ଟାରେ ପ୍ରଥମେ ଆଞ୍ଚଳିକ ପାଣିପାଗ ବିଭାଗ ସତର୍କତା ଜାରି କରିଥିଲା । ୫୦ କିମିରୁ ଅଧିକ ବେଗରେ ପବନ ସହ ବର୍ଷା ହେବ ବୋଲି କୁହାଯାଇଥିଲା । ୫ଟା ପରେ ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଥିଲା । ପ୍ରଚଣ୍ଡ ଘଡ଼ଘଡ଼ି ଶବ୍ଦ ଲୋକଙ୍କୁ ଡ଼ରାଇଥିଲା । ପରେ ଛେଚିଥିଲା ବର୍ଷା । ନୟାଗଡ଼ରେ ସର୍ବାଧିକ ୫୪ମିଲିମିଟର ବର୍ଷା ରେକଡର଼୍ ହୋଇଛି । ସେଠାରେ ଘଡ଼ଘଡ଼ି ସହ ବର୍ଷା ହୋଇଛି । ଭୁବନେଶ୍ୱର ସମେତ ଅନୁଗୁଳ, ପାରାଦୀପ, ଚାନ୍ଦବାଲି, କେନ୍ଦୁଝର, ବାଲେଶ୍ୱର, ଢେଙ୍କାନାଳ, କଟକ, ପୁରୀରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହୋଇଛି ।
ସେପଟେ ୧୦ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଉପକୂଳ ଓଡ଼ିଶାରେ ତାତି ବଢ଼ିବନି, କିନ୍ତୁ ଆଜିଠାରୁ ଗୁଳୁଗୁଳି ବଢ଼ିବ । ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି କମିବନି । ୮ ଓ ୯ ତାରିଖ ବେଳକୁ ତାତି ବଢ଼ିପାରେ । ସୋଆ ଜଳବାୟୁ କେନ୍ଦ୍ର ନିଦେ୍ର୍ଧଶକ ଡ. ଶରତ ସାହୁ ଏଭଳି ପୂର୍ବାନୁମାନ କରିଛନ୍ତି ।
Powered by Froala Editor
