ନୂଆଦିଲ୍ଲୀ: ପଞ୍ଜାବ ପୁଲିସ ବିଜେପି ନେତା ତଜିନ୍ଦର ପାଲ ସିଂହ ବାଗାଙ୍କୁ ଦିଲ୍ଳୀରୁ ଗିରଫ କରିଛି। ଆଜି ସକାଳୁ ତାଙ୍କୁ ପଞ୍ଜାବ ପୁଲିସ୍ର ଦିଲ୍ଲୀରୁ ଗିରଫ କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଜଣେ ବିଜେପି ନେତାଙ୍କୁ ଗିରଫ କରିବା ପାଇଁ ପଞ୍ଜାବ ପୁଲିସ୍ର ୫୦ ଜଣ କର୍ମଚାରୀ ଦିଲ୍ଲୀରେ ପହଞ୍ଚିଥିଲେ।
ଆପ୍ ନେତା ସନ୍ନି ସିଂହ ପ୍ରଥମେ ବିଜେପି ଯୁବ ମୋର୍ଚ୍ଚାର ଜାତୀୟ ସଂପାଦକ ତଜିନ୍ଦରଙ୍କ ବିରୋଧରେ ଗୋଟିଏ ଅଭିଯୋଗ କରିଥିଲେ। ତଜିନ୍ଦର ସାମାଜିକ ଗଣମାଧ୍ୟମରେ ଉସକାଇବା ଭଳି ବୟାନ ଦେବା ସହ ଗୁଜବ ପ୍ରଚାର କରୁଛନ୍ତି। ଏଥିସହ ଦୁଇ ସଂପ୍ରଦାୟ ମଧ୍ୟରେ ବିଦ୍ୱେଷ ସୃଷ୍ଟି କରିବାକୁ ମଧ୍ୟ ପ୍ରୟାସ କରୁଛନ୍ତି ବୋଲି ସନ୍ନି ସିଂହ ଅଭିଯୋଗ କରିଥିଲେ।
ଏହାବାଦ ମାର୍ଚ୍ଚ ୩୦ରେ ଦିଲ୍ଲୀରେ ଚାଲିଥିବା ଗୋଟିଏ ଆନ୍ଦୋଳନ ବେଳେ ତଜିନ୍ଦର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଖୋଲାଖୋଲି ଧମକ ମଧ୍ୟ ଦେଇଥିଲେ। ଏହି ଘଟଣାର ଭିଡିଓ ମଧ୍ୟ ପୁଲିସ୍ ନିକଟରେ ଦାଖଲ କରାଯାଇଥିଲା।
ଏସବୁକୁ ଆଧାର କରି ପଞ୍ଜାବ ପୁଲିସ୍ର ୫୦ ଜଣିଆ ଦଳ ଆଜି ଦିଲ୍ଲୀ ସ୍ଥିତ ତଜିନ୍ଦରଙ୍କ ଘରେ ପହଞ୍ଚିଥିଲେ। ଏହାପରେ ସେମାନେ ତାଙ୍କୁ ଗିରଫ କରି ନିଜ ସହ ନେଇ ଯାଇଛନ୍ତି। ତେବେ ବିଜେପି ପକ୍ଷରୁ ତଜିନ୍ଦରଙ୍କ ଗିରଫଦାରୀକୁ ନିନ୍ଦା କରାଯାଇଛି। ଦିଲ୍ଲୀ ବିଜେପି ମୁଖପାତ୍ର ପ୍ରବୀଣ ଶଙ୍କର କପୁର କହିଛନ୍ତି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପଞ୍ଜାବରେ ପାଇଥିବା କ୍ଷମତାର ଅପବ୍ୟବହାର କରି ବିରୋଧୀଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଏହି ସଙ୍କଟମୟ ପରିସ୍ଥିତରେ ତଜିନ୍ଦର ପାଲ ସିଂହ ବାଗାଙ୍କ ପରିବାର ଲୋକଙ୍କ ଦିଲ୍ଲୀର ପ୍ରତ୍ୟେକ ନାଗରିକ ରହିଛନ୍ତି। ବିଜେପି ଏହି ଗିରଫଦାରୀକୁ ଦୃଢ଼ ଭାବେ ନିନ୍ଦା କରୁଛି।
ବିଜେପି ନେତା କପିଲ ମିଶ୍ର ଟ୍ୱିଟ କରି କହିଛନ୍ତି,ତଜିନ୍ଦର ବାଗାଙ୍କୁ ପଞ୍ଜାବ ପୁଲିସ୍ର ୫୦ ଜଣ ଯବାନ ଗରିଫ କରି ନେଇଯାଇଛନ୍ତି। ତଜିନ୍ଦର ବାଗା ଜଣେ ସଚ୍ଚା ସର୍ଦାର। ତାଙ୍କୁ ଏପରି ହରକତ ଦ୍ୱାରା କେହି ଡରାଇ ପାରିବେ ନାହିଁ କିମ୍ବା ଦୁର୍ବଳ କରିପାରିବେ ନାହିଁ।
Powered by Froala Editor
