ନୂଆଦିଲ୍ଲୀ: ପଶ୍ଚିମ ବଙ୍ଗରେ ଜଣେ ବିଜେପି କର୍ମୀଙ୍କୁ ବୀଭତ୍ସ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେବା ଘଟଣାରେ ମମତା ବାନାର୍ଜୀଙ୍କୁ କଡା ସମାଲୋଚନା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ପଶ୍ଚିମବଙ୍ଗରେ ରାଜନୈତିକ ହତ୍ୟାକାଣ୍ଡ ପରମ୍ପରା ଚାଲିଛି ବୋଲି ଶାହ କହିଛନ୍ତି। ଏଥିସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କାଶିପୁରରେ ବିଜେପି ଯୁବ ମୋର୍ଚ୍ଚା ନେତା ଅର୍ଜୁନ ଚୌରାସିଆଙ୍କ ପରିବାରକୁ ଭେଟିବା ସହ ପଶ୍ଚିମବଙ୍ଗର ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଛି ବୋଲି ସେ କହିଛନ୍ତି ।
ସେହିପରି ପଶ୍ଚିମବଙ୍ଗରେ ରାଜନୈତିକ ହତ୍ୟାକାଣ୍ଡ ଏବେ ପରମ୍ପରା ହୋଇଛି ବୋଲି ଶାହ କହିବା ସହ ଅର୍ଜୁନ ଚୌରାସିଆଙ୍କ ହତ୍ୟା ଘଟଣା ସିବିଆଇ ତଦନ୍ତ କରୁ ବୋଲି ଦାବି କରିଛନ୍ତି । ମମତା ବାନାର୍ଜୀ ସରକାର ରାଜ୍ୟରେ ଭୟର ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଶାହ କହିଛନ୍ତି । ସେହିଭଳି ବିଜେପି ଆଇନ ଉପରେ ଭରସା କରେ । ଏଣୁ ଭାରତୀୟ ଜନତା ପାର୍ଟି ହତ୍ୟା ଏବଂ ପ୍ରତିଶୋଧର ରାଜନୀତିକୁ ତୀବ୍ର ନିନ୍ଦା କରୁଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ।
Powered by Froala Editor
