ମିଥ୍ୟା ବିଲ୍‌ ଦେଇ ଠକେଇ, ଓଟିଡିସିର ୨ କର୍ମଚାରୀଙ୍କ ଛଟେଇ

ମିଥ୍ୟା ବିଲ୍‌ ଦେଇ ଠକେଇ, ଓଟିଡିସିର ୨ କର୍ମଚାରୀଙ୍କ ଛଟେଇ

ରାଜ୍ୟ ଖବର

ଭୁବନେଶ୍ୱର: ମିଛ ବିଲ୍ ଦେଇ ଠକେଇ କରିବା ଅଭିଯୋଗରେ ଓଡିଶା ପର୍ୟ୍ୟଟନ ଉନ୍ନୟନ ନିଗମ (ଓଟିଡିସି)ର ଦୁଇ ଜଣ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ସେମାନେ ହେଲେ ପରିବହନ ମ୍ୟାନେଜର ଅକ୍ଷୟ ମହାଳିକ ଓ ଡ୍ରାଇଭର ଅତୁଲ୍ୟ କୁମାର ମହାନ୍ତି । ଓଟିଡିସି ଅଧ୍ୟକ୍ଷ ବ୍ୟବହାର କରୁଥିବା ଇନୋଭା ଗାଡିରେ ଗତ ଚାରି ବର୍ଷରେ ପ୍ରାୟ ୩୦ଲକ୍ଷ ଟଙ୍କାର ତେଲ ପଡିଥିଲା । ଏନେଇ ଅଭିଯୋଗ ହେଲା ପରେ ନିଗମ ପକ୍ଷରୁ ପ୍ରାଥମିକ ଭାବେ ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଦୁଇ କର୍ମଚାରୀଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ ତଦନ୍ତ ଆରମ୍ଭ ହୋଇଛି ।

ଓଟିଡିସି ଅଧ୍ୟକ୍ଷ ଓଡି-୦୨- ଏଡବ୍ଲୁ୍ୟ-୬୦୦୧ ନାମର ଇନୋଭା ଗାଡି ବ୍ୟବହାର କରନ୍ତି । ୨୦୧୮-୧୯ ମସିହାରେ ତତକାଳୀନ ଅଧ୍ୟକ୍ଷଙ୍କ ଗାଡି ତେଲ ବାବଦକୁ ୪ଲକ୍ଷ ୯୩ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା । ୨୦୧୯ ଅଗଷ୍ଟ ମାସରେ ଶ୍ରୀମୟୀ ମିଶ୍ର ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ତାଙ୍କ ଗାଡିରେ ତେଲ ଖର୍ଚ୍ଚ ବାବଦକୁ ୨୦୧୯-୨୦ରେ ୭ଳକ୍ଷ ୩୦ହଜାର ୧୧ଟଙ୍କା, ୨୦୨୦-୨୧ରେ ୭ଲକ୍ଷ ୯୨ହଜାର ୯୨୯ଟଙ୍କା ଓ ୨୦୨୧-୨୨ରେ ୯ଲକ୍ଷ ୪୨ ହଜାର ୬୬୩ ଟଙ୍କା ଖର୍ଚ୍ଚ ହୋଇଛି । ଏମିତିରେ ଚାରି ବର୍ଷରେ ପାଖାପାଖି ୩୦ଲକ୍ଷ ଟଙ୍କା ତେଲ ବାବଦକୁ ଖର୍ଚ୍ଚ ହୋଇଛି । 


Powered by Froala Editor