ଗ୍ୟାସ ସିଲିଣ୍ଡର @୧୦୨୬ ଟଙ୍କା

ଗ୍ୟାସ ସିଲିଣ୍ଡର @୧୦୨୬ ଟଙ୍କା

ରାଜ୍ୟ ଖବର

ନୂଆଦିଲ୍ଲୀ: ପୁଣି ଗ୍ରାହକଙ୍କ ପକେଟ୍‌କକୁ ମହଙ୍ଗା ମାଡ। ସାଧାରଣ ଓ ମଧ୍ୟମବର୍ଗଙ୍କୁ ମୋଦି ସରକାରଙ୍କ ଆଉ ଏକ ମହଙ୍ଗା ମାଡ଼। 

ବଢ଼ିଲା ଘରୋଇ ଗ୍ୟାସ୍ ସିଲିଣ୍ଡର ଦର। ୧୪.୨ କେଜି ଏଲ୍ପିଜି ସିଲିଣ୍ଡର ପିଛା ୫୦ ଟଙ୍କା ବଢ଼ିଛି। ଆଜିଠାରୁ ହିଁ ଏହି ବର୍ଦ୍ଧିତ ଦର ଲାଗୁ ହୋଇଛି। ଏବେ ଘରୋଇ ଗ୍ୟାସ୍ କିଣିବାକୁ ହେଲେ ପୂର୍ବାପେକ୍ଷା ଅଧିକ ଟଙ୍କା ଦେବାକୁ ପଡିବ। ପାଖାପାଖି ୧୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଆଜିଠୁ ବର୍ଦ୍ଧିତ ଦର ଲାଗୁ ହେବା ପରେ ଘରୋଇ ଗ୍ୟାସ୍ ଏବେ ସିଲିଣ୍ଡର ପିଛା ୯୯୯. ୫୦ ଟଙ୍କାରେ ପହଞ୍ଚିଛି। କେତେକ ସହରରେ ଏ ଦର ୧୦୦୦ ଟଙ୍କା ପାର କରିଯାଇଛି। ଭୁବନେଶ୍ୱରରେ ଗ୍ୟାସ ସିଲିଣ୍ଡର ଦାମ ପୂର୍ବରୁ ୯୭୬ ଟଙ୍କା ଥିବାବେଳେ ଆଜିଠୁ ଏହା ୧୦୨୬ ଟଙ୍କା ହୋଇଛି । ଏହା ପୂର୍ବରୁ ମଧ୍ୟ ୨୨ ମାର୍ଚ୍ଚ ତାରିଖରେ ସିଲିଣ୍ଡର ପିଛା ୫୦ ଟଙ୍କା ବଢିଥିଲା।


ତେବେ ଏପ୍ରିଲ ମାସରେ କିନ୍ତୁ ଘରୋଇ ଗ୍ୟାସ୍ର ଦାମ୍ ବଢ଼ିନଥିଲା। ଗୋଟିଏ ମାସର ବିରତିରେ ଗ୍ୟାସ୍ ପୁଣି ବଢ଼ିଥିବା ଯୋଗୁଁ ଖାଉଟିଙ୍କ ମଧ୍ୟରେ ନାହଁନଥିବା ଅସନ୍ତୋଷ ଦେଖାଇଛି। ପକେଟ୍ ଉପରେ ଅଧିକ ବୋଝ ପଡିବା ଯୋଗୁଁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛନ୍ତି।

ଚଳିତ ମାସ ପହିଲାରେ ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦରରେ ୧୦୨.୫୦ ଟଙ୍କା ବୃଦ୍ଧି ହୋଇଥିଲେ। ୧୯ କେ.ଜି କମର୍ସିଆଲ ସିଲିଣ୍ଡର ପିଛା ଦର ଦିଲ୍ଲୀରେ ୨୩୫୫.୫୦ଟଙ୍କାରେ ପହଞ୍ଚିଥିବାବେଳେ ଆଉ କିଛି ସ୍ଥାନରେ ଏହା ୨୫ଶହ ଟଙ୍କାକୁ ଛୁଇଁଛି।

Powered by Froala Editor