ଟ୍ରକ୍‌କୁ ପିଟିଲା ଟ୍ରକ୍‌, ଜଣେ ମୃତ

ଟ୍ରକ୍‌କୁ ପିଟିଲା ଟ୍ରକ୍‌, ଜଣେ ମୃତ

ରାଜ୍ୟ ଖବର

ସୋର: ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ବାହାନଗା ଛକ ନିକଟରେ ସାଗୁ ବୋଝେଇ ଟ୍ରକକୁ ବାଲି ବୋଝେଇ ଟ୍ରକ୍ ପଛରୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

ମୃତକ ହେଲେ ବାଲି ବୋଝେଇ ଟ୍ରକ୍ର ଡ୍ରାଇଭର ଅଜୟ ପ୍ରଧାନ। ହେଲପର ସଞ୍ଜୟ ଧଡ଼ାଙ୍କୁ ଗୁରୁତର ଅବସ୍ଥାରେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ଘର ବାସୁଦେବପୁର ବୋଲି ଜଣାପଡ଼ିଛି।

ଆଜି ସକାଳେ ବାଲି ବୋଝେଇ ଟ୍ରକ୍ଟି ଷଠିପୁରରୁ ବାଲି ଲୋଡିଂ କରି ଖନ୍ତାପଡ଼ା ଅଭିମୁଖେ ଯାଉଥିଲା। ବାହାନଗା ଛକ ନିକଟରେ ରାସ୍ତାକଡ଼ରେ ଠିଆ ହୋଇଥିବା ସାଗୁ ବୋଝେଇ ଟ୍ରକ୍କୁ ପଛରୁ ଧକ୍କା ଦେଇଥିଲା। ବାଲି ବୋଝେଇ ଟ୍ରକ୍ର ଡ୍ରାଇଭର ଗାଡ଼ି ଭିତରେ ଚାପି ହୋଇ ରହି ଯାଇଥିଲେ। ଗାଡ଼ିକୁ କଟର ସାହାଯ୍ୟରେ କାଟି ତାଙ୍କୁ ବାହାର କରାଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

Powered by Froala Editor