ବୃଦ୍ଧଙ୍କୁ ଦଳିଦେଲା ହାତୀ

ବୃଦ୍ଧଙ୍କୁ ଦଳିଦେଲା ହାତୀ

ରାଜ୍ୟ ଖବର

ତେଲକୋଇ: ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। ମୃତ ମହିଳ ଜଣଙ୍କ ହେଲେ କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ବନବିହାରିପୁର ନୂଆଗାଁ ମୁଣ୍ଡା ସାହିରେ କୁଳଡେରା ଗାଁର ଜନହି ଦେହୁରୀ।

ଗତକାଲି ସଂନ୍ଧ୍ୟା ବେଳେ ଜନହି ଓ ଅନ୍ୟ ଜଣେ ବୃଦ୍ଧା ବିଳାସ ଦେହୁରୀ ମିଶି ନୂଆଗାଁ ମୁଣ୍ଡା ସାହିରେ ଥିବା କାଜୁ ଜଙ୍ଗଲକୁ କାଜୁ ତୋଳିବାକୁ ଯାଇଥିଲେ। କାଜୁ ତୋଳିବା ସମୟରେ ସେମାନେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ଜନହିଙ୍କୁ ହାତୀ ଦଳି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ବିଳାସ ଜୀବନ ବିକଳରେ ସେଠାରୁ ଦୌଡ଼ି ପଳାଇ ଆସିଥିଲେ।  ବନ ବିଭାଗ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି।

Powered by Froala Editor