ବିରୋଧୀଙ୍କ ମେଣ୍ଟରେ ସାମିଲ ହେବନି ଆପ୍‌: କେଜ୍ରିୱାଲ

ବିରୋଧୀଙ୍କ ମେଣ୍ଟରେ ସାମିଲ ହେବନି ଆପ୍‌: କେଜ୍ରିୱାଲ

ଜାତୀୟ ଖବର

ନୂଆଦିଲ୍ଲୀ: ୨୦୨୪ ପାଇଁ ବିରୋଧୀଙ୍କ ମହାମେଣ୍ଟରେ ସାମିଲ ହେବେନି ଆମ୍‌ ଆଦ୍‌ମୀ ପାର୍ଟି। ୨୪ରେ ବିରୋଧୀଙ୍କ ପକ୍ଷରୁ ମହାମେଣ୍ଟ ନେଇ ଯୋଜନା ଚାଲୁଥିବା ବେ ସେ ଏଥିରେ ସାମିଲ ହେବେନି ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ଆବାହକ ଅରବିନ୍ଦ କେଜ୍ରିୱାଲ।  ସେ କହିଛନ୍ତି ଯେ ତାଙ୍କର ମହାମେଣ୍ଟ ୧୩୦ କୋଟି ଭାରତୀୟଙ୍କ ସହ ହେବ। ନାଗପୁରରେ ଏକ କାର୍ୟ୍ୟକ୍ରମକୁ ସମ୍ବୋଧିତ କରି କେଜ୍ରିୱାଲ କହିଛନ୍ତି ଯେ, ସେ ବହୁ ଦଳର  ମେଣ୍ଟ କେବେ ବୁଝିପାରି ନାହିଁ। କୌଣସି ମେଣ୍ଟ ପାଇଁ ତାଙ୍କର ଆଗ୍ରହ ନାହିଁ ।

ଜଣକୁ ହରେଇବା ପାଇଁ ୧୦ଟା ବା ଅଧିକ ଦଳ ସହ ମେଣ୍ଟ କରି କେମିତି ରାଜନୀତି କରାଯାଏ ତାଙ୍କୁ ତାହା ଜଣାନାହିଁ। ସେ କାହାକୁ ହରେଇବାକୁ ଚାହାନ୍ତି ନାହିଁ। ସେ ଚାହାନ୍ତି ଦେଶର ଓ ଦେଶବାସୀଙ୍କର ବିଜୟ ହେଉ। ତାଙ୍କର ଫ୍ରିବି (ମାଗଣା ବଣ୍ଟନ) ରାଜନୀତିକୁ ନେଇ ଅନେକ ସମାଲୋଚନା ହେଉଥିବାରୁ ତାର ଉତ୍ତର ଦେଇ କେଜ୍ରିୱାଲ କହିଛନ୍ତି, ଅର୍ଥନୀତିଜ୍ଞମାନେ ଲେଖୁଛନ୍ତି ଯେ ଫ୍ରିବି ସଂସ୍କୃତି ଦେଶକୁ ଧ୍ୱଂସ କରିଦେବ।

କିନ୍ତୁ ସେମାନେ କେବେ ବି ଏକଥା ଲେଖିନାହାନ୍ତି ଯେ ଦୁର୍ନୀତିର ସଂସ୍କୃତି ଦେଶକୁ ଧ୍ୱଂସ କରିଦେବ। ମୁଁ ମାଗଣା ଦେଇପାରୁଛି କାରଣ ମୁଁ ଦୁର୍ନୀତିର ଅନ୍ତ କରିଦେଇଛି। ଏହା ମାଧ୍ୟମରେ ଯେଉଁ ଟଙ୍କା ସଂଚୟ ହେଉଛି ତାହାକୁ ମୁଁ ଫ୍ରିବି ଆକାରରେ ଲୋକଙ୍କୁ ଫେରାଇ ଦେଉଛି।

Powered by Froala Editor