ଭୁବନେଶ୍ୱର: ମୌସୁମୀ ଦୁର୍ବଳ ହୋଇପଡିଛି । ୪୮ ଘଂଟା ଯାଏ ପ୍ରବଳ ବର୍ଷାର ସମ୍ଭାବନା ନାହିଁ । ଜୁନ୍ ୧ରୁ ଆଜି ଯାଏ ସ୍ୱାଭାବିକଠାରୁ ୨୪% କମ୍ ବର୍ଷା ହୋଇଛି । ଗଜପତି ଜିଲ୍ଲାରେ ୬୪% ଓ ରାୟଗଡାରେ ୫୨% କମ୍ ବର୍ଷା ହୋଇଛି । ଜୁନ ୨୮ରୁ ପୁଣି ରାଜ୍ୟରେ ମୌସୁମୀ ବର୍ଷାର ସମ୍ଭାବନା ରହିଛି । ଜୁନ ୩୦ରେ ଉତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି ଆଚଂଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
