ଡେରାଡୁନ: ଆଜି ସକାଳେ ଉତ୍ତରାଖଣ୍ଡରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। ପିଥୌରାଗଡ ଜିଲ୍ଲାରେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୬ ରେକର୍ଡ କରାଯାଇଛି। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି। ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳ ସୀମା ଆଖପାଖ ଆଞ୍ଚଳର ବୋଲି କୁହାଯାଉଛି।ଇୟଗ୍ଦ ଭଚ୍ଚ
ଏହା ପୂର୍ବରୁ ଫେବୃଆରୀ ୧୨ରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୧ରେକର୍ଡ କରାଯାଇଥିଲା। ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲ୍ଲାରେ ଭୂକମ୍ପ କେନ୍ଦ୍ର ହୋଇଥିବା ସୂଚନା ମିଳିଥିଲା।
ଗତ ଗୁରୁବାର ଦିନ ଜମ୍ମୁକଶ୍ମୀରରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍ରେ ଭୂକମ୍ପର ତୀବ୍ରତା ୫.୩ ରହିଥିଲା। ଭୂକମ୍ପ କେନ୍ଦ୍ର ତାଜିକିସ୍ତାନରେ ଥିଲା। ତେବେ ଏହି ଦୁଟି ଭୂକମ୍ପରେ ମଧ୍ୟ କାହାର କୌଣସି କ୍ଷୟକ୍ଷତି ହୋଇନଥିଲା କି କେହି ମୃତାହତ ହୋଇନଥିଲେ।
Powered by Froala Editor
