ଯୁବକଙ୍କୁ ହତ୍ୟା ପରେ ଇଣ୍ଟରନେଟ୍‌ ସେବା ବନ୍ଦ

ଯୁବକଙ୍କୁ ହତ୍ୟା ପରେ ଇଣ୍ଟରନେଟ୍‌ ସେବା ବନ୍ଦ

ଜାତୀୟ ଖବର

ଜୟପୁର: ରାଜସ୍ଥାନର ଭିଲୱାଡା ସହରରେ ଜଣେ ଯୁବକଙ୍କୁ ଛୁରି ଭୁଶି ହତ୍ୟା କରିବା ପରେ ସାମ୍ପ୍ରଦାୟିକ ହିଂସା ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଆସନ୍ତାକାଲି ସନ୍ଧ୍ୟା ଯାଏଁ ଇଣ୍ଟରନେଟ୍ ସେବା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ମୁତାବକ, ଗତକାଲି ରାତିରେ ଭିଲୱାଡାର ଶାସ୍ତ୍ରୀନଗର ଅଞ୍ଚଳରେ ବ୍ରାହ୍ମଣୀ ସ୍ୱିଟ୍ସ ନିକଟରେ ଅନ୍ୟ ସମୁଦାୟର କିଛି ଲୋକେ ଜଣେ ୨୨ ବର୍ଷୀୟ ଯୁବକଙ୍କୁ ଛୁରିରେ ଆକ୍ରମଣ କରିଥିଲେ। ଏଥିରେ ଯୁବକ ଜଣକ ଗୁରୁତର ହୋଇପଡିଥିଲେ। ତେବେ ତାଙ୍କୁ ହସ୍ପିଟାଲ ନେବା ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ଯୁବକଙ୍କୁ ହତ୍ୟା ସୂଚନା ମିଳିବା ପରେ ବିଶ୍ୱ ହିନ୍ଦୁ ପରିଷଦର ମନ୍ତ୍ରୀ ଗଣେଶ ପ୍ରଜାପତ, ଭିଲୱାଡା ସହର ବିଧାୟକ ବିଟ୍ଟଲ ଶଙ୍କର ଅବସ୍ତି ସମେତ ବଡ ସଂଖ୍ୟାରେ ଲୋକେ ଜିଲ୍ଲା ହସ୍ପିଟାଲରେ ଭିଡ ଜମାଇଥିଲେ। ଏହାପରେ ହିଂସା ସୃଷ୍ଟି ହୋଇଥିଲା। ରାସ୍ତା ଉପରେ ମୃତଦେହ ରଖି ବିକ୍ଷୋଭ କରିଥିଲେ। ମୃତ ଯୁବକଙ୍କ ପରିବାର ଲୋକଙ୍କ କହିବା ମୁତାବକ, ଅଭିଯୁକ୍ତଙ୍କୁ ଗିରଫ ନରକିବା ଯାଏଁ ମୃତେଦହ ଉଠାଇବେ ନାହିଁ।

ସେପଟେ ଭିଲୱାଡା ସହରରେ ବ୍ୟାପିଥିବା ଏହି ହିଂସାକୁ ଦେଖି ସହରର ୫ଟି ଥାନା ଅଞ୍ଚଳରେ ଏସ୍ଟିଏଫ୍ ଏବଂ ଆର୍ଏସି ଯବାନଙ୍କୁ ମୁତୟନ କରାଯାଇଛି। ବିଶ୍ୱ ହିନ୍ଦୁ ପରିଷଦ, ଭାରତୀୟ ଜନତା ପାର୍ଟି ଏବଂ ହିନ୍ଦୁ ଜଗରଣ ମଞ୍ଚ ବୁଧବାର ଦିନ ଭିଲୱାଡା ବନ୍ଦ ଘୋଷଣା କରିଛନ୍ତି। ଆଜି ସକାଳ ୬ ଟାରୁ ଆସନ୍ତାକାଲି ସକାଳ ୬ଟା ପର୍ୟ୍ୟନ୍ତ ଭିଲୱାଡା ସହରରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ ରଖିବା ଲାଗି ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଜାରି କରିଛି।


Powered by Froala Editor