ତେଲକୋଇ: ପ୍ରତି ପରକୀୟା ପ୍ରୀତିର ଶେଷ ପରିଣତି ଅତି ଭୟଙ୍କର ହୋଇଥାଏ। ଯାହାର ଆଉ ଏକ ଭୟଙ୍କର ଉଦାହରଣ ଦେଖିବାକୁ ମିଳିଛି ଘଟଣା କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ସିରିଗିଡା ଗ୍ରାମରେ ଘଟିଛି।
ସିରିଗିଡା ଗ୍ରାମ ରୁଗୁଡ଼ି ସାହିର ନରୋତ୍ତମ ପେଣ୍ଠେଇ ନାୟକ ସାହିର ବବିତା ପେଣ୍ଠେଇଙ୍କୁ ପ୍ରେମ ବିବାହ କରିଥିଲେ। ସେମାନଙ୍କ ଏକ ୩ ବର୍ଷ ର ପୁଅ ଓ ଦେଢ଼ ବର୍ଷର ଝିଅ ଅଛି। ହସଖୁସିର ଚାଲିଥିଲଶ ସେମାନଙ୍କ ସଂସାର।
ନରୋତ୍ତମ ବାହାରେ କାମ କରୁଥିବା ବେଳେ ବବିତାଙ୍କର ଗାଁରେ ରହୁଥିଲେ। ସ୍ବାମୀଙ୍କ ଅନୁପସ୍ଥିତିରେ ଏବଂ ଘରେ ଦୁଇ ଦୁଇଟି ଛୁଆ ଥିବା ସତ୍ତ୍ବେ ବବିତା ଗାଁର ଅନ୍ୟ ଜଣେ ଯୁବକଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ। ଗତ ୬ ତାରିଖରେ ବବିତା ସ୍ୱାମୀ ଓ ଦୁଇ ଛୁଆଙ୍କୁ ଛାଡି ଉକ୍ତ ଯୁବକଙ୍କ ସାଙ୍ଗରେ କେଉଁଆଡେ ପଳାଇଥିଲେ । ଦୁଇ ଦିନ ପୂର୍ବରୁ ସେମାନେ ଗାଁକୁ ଫେରିଥିଲେ ।
ନରୋତ୍ତମ କିନ୍ତୁ ଆଉ ପତ୍ନୀଙ୍କୁ ଗ୍ରହଣ ନ କରିବାରୁ ସେ ନିଜ ବାପ ଘରେ ରହିଥିଲା । ଏ ଘଟଣା ପରଠାରୁ ନରୋତ୍ତମଙ୍କ ମାନସିକ ସ୍ଥିତି ଭଲ ନଥିଲା । ପ୍ରତିଶୋଧ ନିଆଁରେ ଜଳୁଥିବା ନରୋତ୍ତମ ସୁଯୋଗ ଅପେକ୍ଷାରେ ଥିଲେ ।
ଗତକାଲି ରାତିରେ ନରୋତ୍ତମ ଘରୁ ଏକ ଟାଙ୍ଗିଆ ଧରି ବବିତାଙ୍କ ବାପଘରକୁ ଯାଇଥିଲେ। ବବିତା ଓ ତାଙ୍କ ମା’ ଏକ ଘରେ ଶୋଇଥିବା ବେଳେ ଉକ୍ତ ଝରକାରେ ଗ୍ରୀଲ୍ ଲାଗି ନ ଥିବାରୁ ତାହା ଖାଲିଥିଲା। ଏହାଦେଖି ନରୋତ୍ତମ ଉକ୍ତ ଝରକା ବାଟେ ରୁମ୍ରେ ପଶି ବବିତାଙ୍କ ବେକକୁ ଟାଙ୍ଗିଆରେ ଏକ ଚୋଟ ପକାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା।
Powered by Froala Editor
