ରେଖାଙ୍କ ଜୀବନର କଳା ସତ...

ରେଖାଙ୍କ ଜୀବନର କଳା ସତ...

ବିଶେଷ ଖବର

ମୁମ୍ବାଇ: ବଲିଉଡ୍‌ ଜଗତର ସବୁଠୁ ଚର୍ଚ୍ଚିତ ନାୟିକା ରେଖା।  ୬୭ ବର୍ଷ ବୟସରେ ବି ରେଖାଙ୍କ ସୁନ୍ଦରତାର କୌଣସି ତୁଳନା ନାହିଁ। କେବଳ ଫିଲ୍ମ ନୁହେଁ, ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଏହି ଏଭରଗ୍ରୀନ୍‌ ଅଭିନେତ୍ରୀ। ନିକଟରେ ରେଖାଙ୍କ ଜୀବନକୁ ନେଇ ଏକ ବଡ଼ ଖୁଲାସା ହୋଇଛି, ଯେଉଁ କାରଣରୁ ସେ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି।

ରେଖାଙ୍କ ଜୀବନୀ କଥା ‘ରେଖା: ଦ ଅନ୍‌ଟୋଲ୍ଡ ଷ୍ଟୋରୀ’ରେ ତାଙ୍କ ସହ ଘଟିଥିବା ଏକ ଛାତି ଥରା ଘଟଣା ବିଷୟରେ ଉଲ୍ଲେଖ ହୋଇଛି । ରିପୋର୍ଟ ମୁତାବକ, ରେଖା ଯେତେବେଳେ ନିଜ କ୍ୟାରିୟର ଆରମ୍ଭ କରୁଥିଲେ, ସେତେବେଳେ  ‘ଅନ୍‌ଜାନା ସଫର’ ରେ ତାଙ୍କ ସହ ଜୋରବରଦସ୍ତ ଏକ ଅନ୍ତରଙ୍ଗ ସିନ କରାଯାଇଥିଲା,ଏଥିରେ ତାଙ୍କ ସହ ଲିଡ୍‌ ହିରୋ ଥିଲେ ବିଶ୍ୱଜିତ୍‌। ସେହି ସମୟରେ ରେଖାଙ୍କ ବୟସ ମାତ୍ର ୧୫ ବର୍ଷ ଥିଲା। ଫିଲ୍ମ ସୁଟିଂ ବେଳେ ରେଖାଙ୍କ ସହ ରୋମାଣ୍ଟିକ୍‌ ସିନ୍‌ କରିବା ବେଳେ ହିରୋ ବିଶ୍ୱଜିତ୍‌ ନିଜ କଣ୍ଟ୍ରୋଲ ହରାଇଥିଲେ। ସେ ରେଖାଙ୍କ ଓଠକୁ କିସ୍‌ କରିବା ଆରମ୍ଭ କରିଦେଇଥିଲେ। ପାଖାପାଖି ୫ ମିନିଟ୍‌ ଧରି ସେ ତାଙ୍କ ଓଠକୁ ଚୁମ୍ବନ ଦେଇଥିଲେ। ସବୁଠୁ ବଡ଼ କଥା ହେଉଛି ସେଠାରେ ଉପସ୍ଥିତ ନିର୍ଦ୍ଦେଶକ ଓ ଅନ୍ୟ ଲୋକମାନେ ବି କିଛି ନ କରି ଏହାକୁ ଦେଖୁଥିଲେ। ଏ ଅବସରରେ ରେଖାଙ୍କୁ ଅନେକ କିଛି ସହିବାକୁ ପଡ଼ିଥିଲା। ସେ ବହୁତ କାନ୍ଦିଥିଲେ। କିନ୍ତୁ ଏହି ଘଟଣା ପରେ ବିଶ୍ୱଜିତ୍‌ ସଫେଇ ଦେଇ କହିଥିଲେ, ଏଥିରେ ତାଙ୍କର କିଛି ଦୋଷ ନଥିଲା। ଏହା ଥିଲା ରେଖାଙ୍କ ଜୀବନର ଏକ କଳା ସତ।

Powered by Froala Editor